ଯୁବ ଏକତା ମଞ୍ଚ ପକ୍ଷରୁ ଡାକ୍ତରଖାନା ପାଇଁ ଦେବଗଡ ବନ୍ଦ ପାଳନ

ଆଜି ଦେବଗଡ ବନ୍ଦ ପାଳନ କରାଯାଇଛି। ଦେବଗଡ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଏହି ବାର ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି।  ପୁରୁଣା  ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୋଠାରେ ଚବିଶ ଘଣ୍ଟିଆ ଚିକିତ୍ସା ସେବା ଦାବୀ କରି ଏହି ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ରେ ଅତ୍ୟାବଶ୍ୟକ ସାମଗ୍ରୀ , ଚିକିତ୍ସା ସେବା, ପରୀକ୍ଷାର୍ଥୀ କୁ ବାଦ ଦିଆଯାଇଥିବା ବେଳେ ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ, ବସ ମଟର ବନ୍ଦ ରହିଛି। ପୂର୍ବରୁ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପରିସର ରେ ବୈଠକ ପରେ ସର୍ବ ସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ବନ୍ଦ ପାଳନ କୁ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ସମର୍ଥନ କରିଛନ୍ତି। ବିଭିନ୍ନ ସାହିବାସିନ୍ଦା ଏକତ୍ରିତ ହୋଇ ୪୯ ନମ୍ବର ଜାତୀୟ ରାଜପଥ ରେ ଗାଡିମଟର ଅଟକାଇଛନ୍ତି। ସେହିଭଳି କିଛି ସ୍ଥାନରେ ବନ୍ଦ ପାଳନକାରୀ ପିକେଟିଂ କରି ବନ୍ଦ ପାଳନ କରୁଥିବା ଦେଖିବାକୁ ମିଳିଛି। ବନ୍ଦ ପାଳନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ଦେବଗଡ଼ ରୁ ସୁଦାମ ବେହେରା ଙ୍କ ରିପୋର୍ଟ।