ବସ୍ତା/ଅଜିତ ସାହୁ : ବସ୍ତା ଥାନା ବସ୍ତା ବଜାର ଜଣେ ଯୁବକ ଦେଶ ବିରୋଧୀ ମନ୍ତବ୍ୟ ସାଙ୍ଗକୁ ଦେଶ ବିରୋଧୀ କାର୍ଯ୍ୟ କରି ଥାନାରେ ଅଟକ। ଅଭିଯୋଗ ମୁତାବକ ଦୀର୍ଘ ବର୍ଷ ଧରି ସରକାରୀ ଜମି ରେ ଜନୈକ ବ୍ୟକ୍ତି ରହି ସ୍ଥାନୀୟ ଅଞ୍ଚଳରେ ଫେରି କରୁଥିଲେ।
ତେବେ ପେହେଲ ଗ୍ରାମରେ ଆତଙ୍କୀ ଆକ୍ରମଣ ପରେ , ପାକିସ୍ଥାନ ଉପରେ ଭାରତ ପକ୍ଷରୁ ଆକ୍ରମଣ ବେଳେ ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଭିଡିଓ , ମନ୍ତବ୍ୟ ସାମାଜିକ ଗଣମାଧ୍ୟମ ରେ ଛାଡ଼ିବା ସହିତ ପାକିସ୍ଥାନ ଜିନ୍ଦାବାଦ ର ନାରା ଦେଇଥିଲେ ଉକ୍ତ ଯୁବକ। ଏହାକୁ ନେଇ ବସ୍ତା ବିଜେପି , ବୁଦ୍ଧିଜୀବୀ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବସ୍ତା ପୋଲିସ ଅଭିଯୁକ୍ତ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ତେବେ ଅଭିଯୁକ୍ତ ଜଣକ ସୁକୁର ମଲ୍ଲିକ ସେ ବାଂଲା ଦେଶର ରୁ ଆସି କିଛି ଦିନ ହେବ ଶରଣାର୍ଥୀ ଭାବେ ରହି ଆସୁଛନ୍ତି ବୋଲି ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଛି। ଅନ୍ୟ ପଟେ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହିତ ଏଭଳି ଘଟଣାରେ ଜଡ଼ିତ ଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କୁ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ଯୋର ଧରିଛି।