ଭୁବନେଶ୍ୱର: ଫରେଷ୍ଟ ପାର୍କ ନିକଟରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିବା ଘଟଣା । ଜଣେ ଅଭୁଯୁକ୍ତକୁ ଗିରଫ କଲା ବଡଗଡ ଥାନା ପୋଲିସ । ତେବେ ଅଭିଯୁକ୍ତ ଇସମିଲ ମହମ୍ମଦଙ୍କୁ ବଡଗଡ ଥାନା ଅନ୍ତର୍ଗତ ଚିଲିପୋଖରୀ ନିକଟରୁ ଗିରଫ କରିଥିବୁ ସୂଚନା ରହିଛି । ଅଭିଯୁକ୍ତ ଜଣଙ୍କ ଅପରାଧରେ ସମ୍ପୃକ୍ତ ଏବଂ ହତ୍ୟା ଷଡଯନ୍ତ୍ରକୁ ସ୍ୱୀକାର କରିଛି ।
ସୂଚନା ଅନୁଯାୟୀ , ଗତ ୧୨ ତାରାତି ରାତି ପ୍ରାୟ ୯:୦୦ ଟାରେ ବିକି ନାୟକ ନାମକ ଜଣେ ଯୁବକ ନ୍ୟୁ ଫରେଷ୍ଟ ପାର୍କ ନିକଟରେ ଟିଫିନ୍ ଖାଉଥିବା ସମୟରେ ଅଭିଯୁକ୍ତମାନେ ଶେଖ ରାଜା (ଝରଣା ସାହି), ଶେଖ ସଦାମ (ଝରଣା ସାହି), ଗୁଣା ସିଂହ (ବରହମପୁର ଗାଲି, ଝରଣା ସାହି), ସିହା ପ୍ରସାଦ ଶ୍ରୀଚନ୍ଦନ (ପାଳନାପାଲି) ଏବଂ ଅନ୍ୟମାନେ ଏକ ଧଳା ସ୍ୱିଫ୍ଟ କାରରେ ଆସି ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଖଣ୍ଡାରେ ନିର୍ମମ ଭାବେ ଆକ୍ରମଣ କରିଥିଲେ। ଆହତ ବିକି ନାୟକ ଜୀବନ ବଞ୍ଚାଇ ପଳାଇବାକୁ ଚେଷ୍ଟା କରିଥିଲେ କିନ୍ତୁ କିଛି ବାଟ ଯିବାପରେ ରାସ୍ତା ମଝିରେ ପଡ଼ିଯାଇଥିଲେ। ସେଠାରେ ଅଭିଯୁକ୍ତ ମାନେ ତାଙ୍କୁ କାବୁ କରି ଆହୁରି ଆକ୍ରମଣ କରିଥିଲେ, ଯାହା ଫଳରେ ତାଙ୍କ ହାତ, ଗୋଡ ଏବଂ ମୁଣ୍ଡରେ ଗଭୀର ଆଘାତ ବାଜି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଜନସାଧାରଣ ଙ୍କର ଉପସ୍ଥିତି ଦେଖିବା ପରେ ଅଭିଯୁକ୍ତ ମାନେ ପୀଡିତଙ୍କୁ ହତ୍ୟା କରିବାକୁ ଧମକ ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ତଦନ୍ତ ସମୟରେ ଜଣାପଡିଥିଲା ଯେ, ପ୍ରତିବର୍ଷ ଝରଣା ସାହିରେ ଜାଗର ଅବସରରେ ଏକ କ୍ରିକେଟ୍ ମ୍ୟାଚ୍ ଖେଳ ଆୟୋଜନ କରାଯାଇଥାଏ । ଗତ ବର୍ଷ ଏହି ଖେଳ ସମୟରେ ଝଗଡା ହୋଇଥିବା କାରଣରୁ ଅଭିଯୁକ୍ତ ମାନଙ୍କର ଆହତ ବିକି ନାୟକଙ୍କ ସହିତ ଦୀର୍ଘକାଳୀନ ଶତ୍ରୁତା ଥିଲା। ଏହି ଶତ୍ରୁତାକୁ ଆଧାର କରି, ଶେଖ ରାଜା, ଗୁଣା ସିଂହ ଏବଂ ଇସମାଇଲ୍ ମହମ୍ମଦ ସମେତ ଅନ୍ୟମାନେ ପୀଡିତାକୁ ହତ୍ୟା କରିବା ପାଇଁ ଏକ ଅପରାଧିକ ଷଡଯନ୍ତ୍ର ରଚିଥିଲେ ।