ବଜ୍ରାଘାତ ରେ ଯୁବତୀଙ୍କ ମୃତ୍ୟୁ

ଜୟପାଟଣା :ବଜ୍ରାଘତରେ ଗଲା ଯୁବତୀଙ୍କ ଜୀବନ । ବଜ୍ରାଘାତରେ ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଣ୍ଡୁରାଗୁଡା ଗ୍ରାମର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଆଜି ପ୍ରାୟ ୧୦ ଟା୩୦ମିନିଟ ସମୟରେ ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ମୁଣ୍ଡୁରାଗୁଡା ଗ୍ରାମର କମଳା ନାଏକ( ୨୦) ଖାଦ୍ୟ ଧରି ଗାଁ ପୋଖରୀକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ପଙ୍କ ଉଦ୍ଧାର କାମ କରିବାକୁ ଯାଇଥିବା ବାପା ମା ଙ୍କୁ ଦେବାକୁ ଯାଇଥିଲେ । ସେଠାରେ ବର୍ଷା ହେବାରୁ ଘରକୁ ଫେରିବାବେଳେ ଗାଁ ମନ୍ଦିର ନିକଟରେ ବଜ୍ରାଘାତର ଶିକାର ହୋଇଥିଲେ ।ତାଙ୍କୁ ତୁରନ୍ତ ଜୟପାଟଣା ଡାକ୍ତରଖାନାକୁ ଅଣାଯାଇଥିଲେହେଁ ଡାକ୍ତର ମୃତଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଉଛି ।