ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ ଯୁବତୀ

ପୁଣି ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ କଲେ ଆତ୍ମହତ୍ୟା । ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ ଯୁବତୀ ଘରେ କେହି ନ ଥିବା ସମୟରେ ଘରର ଶିଡ଼ି ତଳେ ନିଜ ଉପରେ କେରୋସିନି ଢାଳି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଘରେ କେହି ଜଣେ ଚିତ୍କାର କରିବା ଶୁଣି ସାହି ପଡ଼ୋଶୀ ପାରଳାଖେମୁଣ୍ଡି ଥାନାକୁ ଖବର ଦେଇଥିଲେ । ଏହା ପରେ ପୋଲିସ ଆସି ଘର ଲୋକଙ୍କୁ ଖବର ଦେଇ ଘରେ ଦେଖିବା ସମୟରେ ଶିଡ଼ି ତଳେ କିରୋସିନିରେ ପୋଡି ହୋଇ ଶୁଭ୍ରଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଯୁବତୀ ଜଣକ କେଉଁ କାରଣରୁ ଏପରି କାଣ୍ଡ ଘଟାଇଛନ୍ତି ଆଉ ଘଟଣା  ପଛରେ କେଉଁ କାରଣ ରହିଛି ତାହାର ତଦନ୍ତ ପୋଲିସ କରୁଛି ।