କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଆସି ଯୁବତୀ ଗଣଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ତିନି କୃଷି ଆଇନକୁ ବିରୋଧ କରି ଗତ ବର୍ଷ ନଭେମ୍ୱର ମାସରୁ ଦିଲ୍ଲୀର ଟିକିରି ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଆସି ଜଣେ ୨୬ ବର୍ଷୀୟା ଯୁବତୀ ଗଣଦୁଷ୍କର୍ମର ଶିକାର ହେବା ପରେ କରୋନାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଉକ୍ତ ଯୁବତୀଙ୍କ ଘର ପଶ୍ଚିମ ବଙ୍ଗରେ ଓ ସେ ଜଣେ ସାମାଜିକ କର୍ମୀ ।
ଦିଲ୍ଲୀରେ କୃଷକ ଚାଲିଥିବା କୃଷକ ଆନ୍ଦୋଳନରେ ସାମିଲ ହେବାକୁ ପଶ୍ଚିମ ବଙ୍ଗର ସାମାଜିକ କର୍ମୀ ଆସିଥିଲେ ।ସେ କରୋନାରେ ସଂକ୍ରମିତ ହେବା ପରେ ଦିଲ୍ଲୀର ଶିବମ ହସ୍ପିଟାଲରେ ଏପ୍ରିଲ ୩୦ ତାରିଖରେ ମୃତ୍ୟୁ ବରଣ କରିଛନ୍ତି । ଯୁବତୀଙ୍କ ବାପା ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ସହ ଗଣବଳାକ୍ରାର ହୋଇଥିବା ଅଭିଯୋଗ ଆଣିଛନ୍ତି । ଏନେଇ ସେ ଅଭିଯୋଗରେ ୪ ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି । ସେମାନେ ସବୁ କିସାନ ସୋସିଆଲ ଆର୍ମି ନାମକ ଏକ ସଂଗଠନର ସଦସ୍ୟ ।ଯୁବତୀ ସେମାନଙ୍କ ସହ ଟିକିରି ଆସିଥିଲେ । ସେଠାରେ ମଧ୍ୟ ସେମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ । ପରେ ଯୁବତୀଙ୍କୁ ସେମାନେ ଦୁଷ୍କର୍ମ କରିଥିଲେ । ଗଣଦୁଷ୍କର୍ମର ୭ ଦିନ ପରେ ଯୁବତୀ କରୋନାରେ ସଂକ୍ରମିତ ହେବା ଜଣାପଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ହରିଆଣା ପୁଲିସ ଜଣେ ଡିଏସପି ଏହି ମାମଲାର ତଦନ୍ତ କରୁଛନ୍ତି ।