ବାର୍ଷିକ ଉତ୍ସବ ଅନୁଷ୍ଠିତ ଅବସରରେ ଯୁବ ସାମ୍ବାଦିକଙ୍କୁ କରାଗଲା ସମ୍ମାନିତ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ମଙ୍ଗଳ ଭବନ ଠାରେ ରବିବାର କୋଶଳ ଟାଇମ୍ସ ନ୍ୟୁଜ ମୁଖ୍ୟ ପତିଷ୍ଠାତା ବେଦବର ଛତ୍ରିଆଙ୍କ ଅଧ୍ୟକ୍ଷତା ଓ ମୁଖ୍ୟ ସମ୍ପାଦକ ସନ୍ତୋଷ ପୁଟେଲଙ୍କ ସହଯୋଗରେ କୋଶଳ ଟାଇମ୍ସ ନ୍ୟୁଜ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଇନଜିବୀ ତଥା ଏଲଡିଏ ପ୍ରତିଷ୍ଠାତା ଲବ ସୁନା, ରେଙ୍ଗାଲି ପଞ୍ଚାୟତ ସରପଞ୍ଚ ଉମାକାନ୍ତ ମେହେର, ସମାଜସେବୀ ବିନୋଦ କାଳସାଏ, ସଂଘମିତ୍ରା ପଟେଲ, ପ୍ରମିଳା ସିଂହ ମଞ୍ଚାସିନ ଥିଲେ । ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ଦେବୀ ମା’ ସମଲେଶ୍ୱରୀଙ୍କ ପ୍ରତିମୃତ୍ତି ସମ୍ମୁଖରେ ଦୀପ ପ୍ରଜ୍ଜଳନ କରି ସାରିବା ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା । ଅତିଥି ମାନଙ୍କର ବକ୍ତବ୍ୟ ପ୍ରଦାନ ପରେ ସର୍ବଶେଷରେ ୩୦ଟି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା କୋଶଳ ଟାଇମ୍ସର ପ୍ରତିନିଧିମାନେ ଖରା,ବର୍ଷା ହେଉ କିମ୍ବା ଶୀତକୁ  ଖାତିର ନ କରି ଲୋକଙ୍କ ସମସ୍ୟାକୁ ନିରପକ୍ଷ ଭାବରେ ପ୍ରସାରିତ କରି ସରକାରଙ୍କ ପାଖରେ ପହଞ୍ଚାଉଥିବା ପ୍ରତିନିଧି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରି ମାନପତ୍ର ଦିଆ ଯାଇଥିଲା ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିଗତ ସମାଜସେବୀ ମାନଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ଏହି ଅବସରରେ ପାଟଣାଗଡ଼ ସବଡିଭିଜନ ର ମହାଭାରତ ଖବର କାଗଜ ର ଯୁବ ସାମ୍ବାଦିକ ଜଗନ୍ନାଥ ଧରୁଆ ଙ୍କୁ ମଧ୍ୟ ସମ୍ମାନିତ କରା ଯାଇଥିଲା । ସାମ୍ବିଦିକଙ୍କୁ ଏଭଳି ସମ୍ମାନିତ କରାଯାଇଥିବାରୁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।