୧୧ ଜିଲ୍ଲାକୁ ୟେଲୋ ୱାରିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର ୧୧ ଜିଲ୍ଲାକୁ ୩ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼ ଓ ଢେଙ୍କାନାଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ କିଛିଦିନ ଧରି ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହୁଛି । ତେବେ ଗତକାଲି ସନ୍ଧ୍ୟାରେ କିଛି ସ୍ଥାନରେ ଝିପିଝିପି ବର୍ଷା ହୋଇଯାଇଛି । ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
ମୌସୁମୀକୁ ନେଇ ଭାରତୀୟ ପାଣିପାଗ ବିଭାଗ କହିଛି କି, ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। । ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ରହିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୯୮% ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ଥର ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ଭଲ ଚାଷ ହେବ ଏବଂ ଏହାର ପ୍ରଭାବରେ ଅର୍ଥନୀତି ମଧ୍ୟ ସୁଧୁରିବ ବୋଲି ଆଶା କରାଯାଉଛି।