୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ଏନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ ।

(ଭୁବନେଶ୍ୱର) : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ଏନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ । ମୁଖ୍ୟତଃ କନ୍ଧମାଳ ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ବାଲେଶ୍ୱର ଜିଲ୍ଲାକୁ ସତର୍କତା ଜାରୀ କଲା ଆଞ୍ଚଳିକ ପାଣିପାଗ ବିଭାଗ । ୨୪ ଘଣ୍ଟାପରେ ଆଭ୍ୟନ୍ତରୀଣ ଜିଲ୍ଲାର ଅନେକ ଜିଲ୍ଲା ଏବଂ ଉପକୂଳ ଜିଲ୍ଲା ଗୁଡିକରେ ଘଡଘଡି ସହ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ସୂଚାନୁଯାୟୀ , ଭୁବନେଶ୍ୱରରେ ଆକାଶ ମେଘାଚ୍ଛନ ରହିବା ସହ ବର୍ଷା ମଧ୍ୟ ହେବ । ଅନ୍ୟପଟେ ଜୁନ୍ ପହିଲାରୁ ଅଗଷ୍ଟ ୨୪ ତାରିଖ ପର୍ୟନ୍ତ ୫୮୮.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୭ ଜିଲ୍ଲାରେ କମ୍ ବର୍ଷା ହୋଇଛି। ଅଗଷ୍ଟ ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ସୂଚନା ଦେଇଛି ଭବନେଶ୍ୱର ପାଣିପାଗ ବିଭାଗ ।