ନୂଆଦିଲ୍ଲୀ: ODI କ୍ୟାରିୟରରେ ପ୍ରଥମ ଶତକ କଲେ ଜୟସ୍ବାଲ । ଦକ୍ଷଣି ଆଫ୍ରିକା ବିପକ୍ଷରେ ପ୍ରଥମ ODI ଶତକର ସୌଭାଗ୍ୟ ଲାଭ କଲେ ଜୟସ୍ଵାଲ । ୧୧୧ ବଲ୍ରୁ ୧୦ ଚୌକା, ଗୋଟିଏ ଛକା ଜରିଆରେ ଶତକ ହାସିଲ । ଷଷ୍ଠ ଭାରତୀୟ ଭାବେ ସମସ୍ତ ୩ ଫର୍ମାଟରେ ଶତକର ଗୌରବ ହାସଲ କଲେ ଖେଳାଳି । ବାମହାତୀ ଓପନର ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶାଖାପାଟଣା ODIରେ ଏହି ସଫଳତା ହାସଲ କରିଛନ୍ତି । ସେ ୧୧୧ ବଲ୍ ରେ ୧୦ ଚୌକା ଏବଂ ଗୋଟିଏ ଛକା ମାରି ତାଙ୍କର ଶତକ ପୂରଣ କରିଛନ୍ତି । ରୋହିତଙ୍କ ଆଉଟ୍ ପରେ ଜୟସ୍ୱାଲ ବିରାଟ କୋହଲିଙ୍କ ସହ ମିଶି ଭାରତୀୟ ଇନିଂସକୁ ଆଗକୁ ବଢ଼ାଇବାର ଦାୟିତ୍ୱ ନେଇଥିଲେ। ଜୟସ୍ୱାଲ ପୂର୍ବରୁ ଟେଷ୍ଟ ଏବଂ T20 ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିଥିଲେ। କିନ୍ତୁ, ତାଙ୍କର ODI ଶତକ ଧାରା ଖାଲି ଥିଲା, ଏବଂ ଏବେ ତାହା ପୂରଣ ହୋଇଛି। ଯଶସ୍ୱୀ ଜୟସ୍ୱାଲ ଏବଂ ରୋହିତ ଶର୍ମା ପ୍ରଥମ ୱିକେଟ ପାଇଁ ୧୫୫ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ରୋହିତ ଶର୍ମା ୭୩ ବଲରେ ୭୫ ରନ କରି ଆଉଟ ହୋଇଥିଲେ। ଡାହାଣହାତୀ ବ୍ୟାଟସମ୍ୟାନ ରୋହିତ ତାଙ୍କ ଅର୍ଦ୍ଧଶତକରେ ସାତଟି ଚୌକା ଏବଂ ତିନୋଟି ଛକା ମାରିଥିଲେ। ବାମହାତୀ ଓପନର ଯଶସ୍ୱୀ ସିରିଜର ପ୍ରଥମ ଦୁଇଟି ଦିନିକିଆରେ ଦୁର୍ବଳ ଥିଲେ। ଶେଷ ଦିନିକିଆରେ ତାଙ୍କଠାରୁ ଏକ ବଡ଼ ଇନିଂସ ଆଶା କରାଯାଉଥିଲା, ଏବଂ ସେ ପ୍ରଦର୍ଶନ ମଧ୍ୟ କରିଥିଲେ।

ଯଶସ୍ୱୀ ଜୟସୱାଲ ୨୩ ବର୍ଷ ବୟସରେ ତାଙ୍କର ନବମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ସେ ଟେଷ୍ଟରେ ସର୍ବାଧିକ ୭ଟି ଶତକ ଏବଂ ଦିନିକିଆରେ ଏବଂ ଟି-୨୦ରେ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି ।
ଯଶସ୍ୱୀ ଜୟସ୍ୱାଲ ତିନୋଟି ଫର୍ମାଟରେ ଶତକ ମାରିବାରେ ଷଷ୍ଠ ଭାରତୀୟ ହୋଇଥିଲେ । ପୂର୍ବରୁ, ବିରାଟ କୋହଲି, ରୋହିତ ଶର୍ମା, ଶୁଭମନ ଗିଲ, କେଏଲ ରାହୁଲ ଏବଂ ସୁରେଶ ରାଇନା ଏହି ସଫଳତା ହାସଲ କରିଥିଲେ।ଏହା ପୂର୍ବରୁ, କୁଲଦୀପ ଯାଦବ ଏବଂ ପ୍ରସିଦ୍ଧ କୃଷ୍ଣଙ୍କ ଚମତ୍କାର ବୋଲିଂ ଯୋଗୁଁ କ୍ୱିଣ୍ଟନ୍ ଡି କକଙ୍କ ଆକ୍ରମଣାତ୍ମକ ଶତକ ସତ୍ତ୍ୱେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ନିର୍ଣ୍ଣାୟକ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାକୁ ୪୭.୫ ଓଭରରେ ୨୭୦ ରନରେ ଅଲଆଉଟ୍ କରିଥିଲା। ଡି କକ୍ ତାଙ୍କ ୮୯ ବଲ୍ ଇନିଂସରେ ଆଠ ଚୌକା ଏବଂ ଛଅ ଛକା ସହାୟତାରେ ୧୦୬ ରନ କରିଥିଲେ, ଏହା ସହିତ ଅଧିନାୟକ ଟେମ୍ବା ବାଭୁମା (୪୮)ଙ୍କ ସହିତ ଦ୍ୱିତୀୟ ୱିକେଟ ପାଇଁ ୧୧୩ ରନ ଏବଂ ମାଥ୍ୟୁ ବ୍ରିଟଜ୍କେ (୨୪)ଙ୍କ ସହିତ ତୃତୀୟ ୱିକେଟ ପାଇଁ ୫୪ ରନ ଯୋଡ଼ିଥିଲେ।