୨୩ ବର୍ଷ ରୁ କମ ପୁରୁଷ ଓ ମହିଳା ବର୍ଗରେ କୁସ୍ତି ପ୍ରତିଯୋଗିତା

କଟକ, ଜଗନ୍ନାଥ ମହାନ୍ତି : କଟକ ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ ପରିସରରେ ଖେଳାଯାଇଛି ତୃତୀୟ ପୁରୁଷ ଓ ମହିଳା ବର୍ଗରେ କୁସ୍ତି ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ୨୩ ବର୍ଷରୁ କମ ବୟସ ର ପୁରୁଷ ଓ ମହିଳା ପ୍ରତିଯୋଗ କରିପାରିବେ । ରାଜ୍ୟର ୯ ଟି ଜିଲ୍ଲାରୁ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରି ପଦର୍ଶନ କରିଛନ୍ତି ନିଜର କ୍ରୀଡ଼ା ଦକ୍ଷତା । ସମସ୍ତ ପ୍ରତିଯୋଗୀ ଏହି ଚମ୍ପିୟାନଶିପ ରେ ବାଜିମାତ କରିବାର ଲକ୍ଷ୍ୟ ରଖିଥିବା ବେଳେ ସଫଳ ପ୍ରତିଯୋଗୀ ଙ୍କୁ ଉତ୍ତରପ୍ରଦେଶରେ ଖେଳାଯିବାକୁ ଥିବା ଜାତୀୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେବାପାଇଁ ସୁଯୋଗ ମିଳିବ ବୋଲି ସ୍ପଷ୍ଟ କରିଛି ଓଡ଼ିଶା କୁସ୍ତି ସଂଘ ।

ତେଣୁ ଚମ୍ପିୟାନଶିପ ର ଟାଇଟଲ କୁ ହାସଲ କରିବାପାଇଁ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀ ନିଜକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରି ଆସିଛନ୍ତି । ତେବେ କରୋନା ସଂକ୍ରମଣ କମିବା ପରେ ରାଜ୍ୟ ସ୍ତରୀୟ କୁସ୍ତି ପ୍ରତିଯୋଗୀ ଆୟୋଜନ ହେବା ଏବଂ ସେଥିରେ ଖେଳିବାର ସୁଯୋଗ ପାଇଥିବାରୁ ଢ଼େର ଖୁସି ଜାହିର କରିଛନ୍ତି ପ୍ରତିଯୋଗୀ । ଏବଂ ପୁଣି ଥରେ ଏହାକୁ ଟ୍ରାକ କୁ ଫେରାଇବା ପାଇଁ ଉଦ୍ୟମ ଚଳାଇଛି ସଙ୍ଘ । ରାଜ୍ୟରେ ଭଲ ଭଲ କୁସ୍ତି ପ୍ରତିଭା ରହିଛନ୍ତି । ସେମାନଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ସେମାନେ ଜାତୀୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଲି କହିଛନ୍ତି ସଙ୍ଘ ର ସାଧାରଣ ସମ୍ପାଦକ ।