ସୁବର୍ଣ୍ଣପୁର: ସମଗ୍ର ବିଶ୍ଵରେ ବିଶ୍ବ ଜଳ ଦିବସ ପାଳିତ ହେଉଛି । କାରଣ ଗ୍ଲାସିଅର ମଣିଷ ଜୀବନ ପାଇଁ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଜଳ ପାନୀୟ ଜଳ, କୃଷି, ମୁକ୍ତ ବାୟୁ ତଥା ଏକ ସୁସ୍ଥ ପରିବେଶ ପାଇଁ ଅତ୍ୟନ୍ତ ଜରୁରୀ । ବିଶ୍ୱ ଉତ୍ତପ୍ତାକରଣ ଫଳରେ ଗ୍ଲାସିଅର୍ରେ ଜଳ ତରଳୀକରଣ ପ୍ରକ୍ରିୟାରେ ଅସ୍ବାଭାବିକ ପରିବର୍ତ୍ତନ ଆଗାମୀ ମଣିଷ ସମାଜ ପାଇଁ ଏକ ସତର୍କ ଘଣ୍ଟି । କେବଳ ଗ୍ଲାସିଅର କାହିଁକି, ବର୍ତ୍ତମାନ ଅଧିକାଂଶ ଗ୍ରାମାଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ସମସ୍ତଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି ।

ମାର୍ଚ୍ଚରୁ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଜିଲାର ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି । ସାମାନ୍ୟ ପାଣି ଟିକିଏ ପାଇଁ ଗ୍ରାମାଞ୍ଚଳର ମହିଳା ମାନେ କିଲୋମିଟର କିଲୋମିଟର ଦୂର ଯିବାକୁ ବାଧ୍ୟ ହେଉଛନ୍ତି । ଭୂତଳ ଜଳସ୍ତର କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ ବର୍ତ୍ତମାନ ନଦୀ, ନାଳ, କୂଅ, ପୋଖରା ଧିରେ ଧିରେ ଶୁଖାଯାଉଛି ।

ଜଳ ସମସ୍ୟାର ସଫଳ ମୁକାବିଲା ପାଇଁ କାହିଁ କେଉଁ ରାଜାରାଜୁଡା ଅମଳରୁ ରାଜା, ଜମିଦାର, ଗଉରିଆ ମାନେ ପ୍ରତ୍ୟେକ ଗ୍ରାମର ଉପକଣ୍ଠ ସହ ସହର ମଧ୍ୟରେ ବିରାଟ ବନ୍ଧ, କଟା, ଜଳାଶୟ ଆଦି ଖନନ କରିଥିଲେ । ଆଉ ପଶ୍ଚିମାଞ୍ଚଳ ଲୋକେ ଲୋକକଥା ଅନୁସାରେ, ‘ଘର୍କେ ବୁଢାଟେ, କ୍ଷେତ୍ରକେ ମୁଁଡାଟେ….’ । ଅର୍ଥ ହେଲା ଘରର ବୟସ୍କ ବ୍ୟକ୍ତି ଆବଶ୍ୟକ ସମୟେର ପରିବାକୁ ପରାମର୍ଶ ଦେବା ସହ ଜରୁରୀ ସମୟରେ ଘର ଜଗିବାରେ ମଧ୍ୟ ସହାୟକ ହେଉଥିଲେ । ସେହିପରି କ୍ଷେତ (ବିଲ) ଉପରେ ମୁଣ୍ଡରେ ମୁଁଡା (କଟା) ଗୋଟିଏ ଥିଲେ ଆବଶ୍ୟକତା ଅନୁସାରେ ବର୍ଷର ବିଭିନ୍ନ ସମୟରେ ଧାନବିଲକୁ ପାଣି ମଡାଇ ଚାଷ କରାଯାଉଥିଲା,ଅନେକ ଜଳାଶୟ କରିବା ସହ ପରବର୍ଷି ସମୟରେ ପୋତି ଦେବାକୁ ସରକାରଙ୍କ ବିଭାଗ ଅଧୀନକୁ ଚାଲିଯାଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗର ଅଣଦେଖା ଯୋଗୁଁ ଅନେକ ଜଳାଶୟ ମୃତ ପ୍ରାୟ । ଏପଟେ ଜନସାଧାରଣଙ୍କ ଜଳ ଚାହିଦା ପୂରଣ ଲକ୍ଷ୍ୟରେ ସରରକାର ଆଦର୍ଶ ପୁଷ୍କରିଣୀ, ଜଳ ବିଭାଜିକା ପ୍ରକଳ୍ପ, ଜଳ ଅମଳ ପ୍ରକଳ୍ପ ଆଡିବନ୍ଧ, ଚେକ୍ ଡ୍ୟାମ୍, ଅମୃତ ସରୋବର ଭଳି ଏକାଧିକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏସବୁ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ସରକାରୀ ବାବୁ ମାନଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ସେସବୁ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରୁ ନାହିଁ ।

ଅଭାବ ଯୋଗୁଁ ପୂର୍ବରୁ ଅକାତକାତ ପାଣି ରହୁଥିବା ଅନେକ ପାରମ୍ପରିକ ଜଳାଶୟର ପୁନରୁଦ୍ଧାର କରାଯାଉ ନଥିବାରୁ କ୍ରମଶଃ ସେସବୁ ପୋତି ହେବାକୁ ବସିଛି।ଆଜି ବିଶ୍ଵ ଜଳ ଦିବସ ବର୍ତ୍ତମାନ କୁଆଡେ ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ କିଛି ବର୍ଷ ପରେ ଏଭଳି ଜଳାଶୟ, ବନ୍ଧ, କଟା, ସାଗର ଭଳି ପାରମ୍ପରିକ ଜଳଉତ୍ସ ଗୁଡିକର ଫଟୋଚିତ୍ର ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ସ୍ଥାନ ପାଇବା ଆଶଙ୍କା ସୃଷ୍ଟି ହୋଇଛି । ପ୍ରଶାସନିକ ଦୂରଦୃଷ୍ଟିର ଅଭାବ ସାଙ୍ଗକୁ ଅନେକ ବିଭାଗୀୟ ଅଧିକାରୀଙ୍କ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳର ଦେଶ ସ୍ବାଧୀନ ହେବା ପରେ ସରକାର ବିଧବଦ୍ଧ ଭାବେ ଆଇନ ପ୍ରଣୟନ କରି ଜଳାଶୟ, କଟା, ପୋଖରୀ ଆଦିକୁ ସରକାରୀ ସମ୍ପରି ଭାବେ ଘୋଷଣା କରିବା ପରେ ଏହା ସରକାରୀ ସମ୍ପରି ଭାବରେ ଗଣନା ହେବାରୁ ସାଧାରଣ ଲୋକ ଏହାର ରକ୍ଷଣା ବେକ୍ଷଣ ଠାରୁ ଦୂରେଇ ରହିଥିଲେ । ଆଜି ବିଶ୍ବ ଜଳ ଦିବସ ଅବସରରେ ସେସବୁ ପାରମ୍ପରିକ ଜଳଉତ୍ସ ଗୁଡିକର ପୁନରୁଦ୍ଧାର ସହ ଉପଯୁକ୍ତ ରକ୍ଷଣାବେକ୍ଷଣ ଦିଗରେ ସଠିକ ଯୋଜନା ପ୍ରସ୍ତୁତ କରି ବାସ୍ତବ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟକାରୀ କରିବାରେ ସାମୁହିକ ଶପଥ ନେବାକୁ ଜିଲ୍ଲାର ପରିବେଶବିତ ମାନେ ଦାବି କରିଛିନ୍ତ।