ସୁବର୍ଣ୍ଣପୁର:- ଆଜି ବିଶ୍ୱ ଫିଜିଓଥେରାପି ଚିକିତ୍ସା ଦିବସ ସୁବର୍ଣ୍ଣପୁର ଲେପ୍ରା ସୋସାଇଟି କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଓଡିଶା ରାଜ୍ୟ ଲେପ୍ରା ସୋସାଇଟି ଆମ୍ବାସାଡର ଗୋରେଖନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାମ୍ବାଦିକ ପିତାମ୍ବର ମହାପାତ୍ର ଏବଂ ସଂଜୟ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଫିଜିଓଥେରାପିଷ୍ଟ ବାଲଗୋପାଲ ନାଗ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସୋସାଇଟିର ସଂଯୋଜକ ନୃସିଂହ ଚରଣ ମିଶ୍ର ଅଧ୍ୟକ୍ଷତା କରି ଲେପ୍ରା ସୋସାଇଟିର କର୍ମକୁଶଳତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରକାଶ ଥାଉକି ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ମାଧ୍ୟମରେ କୁଷ୍ଠ ରୋଗାକ୍ରାନ୍ତ ଲୋକଙ୍କ ଚିକିତ୍ସା ଓ ଯତ୍ନନେବା ସହ ଫାଇଲେରିଆ ଏବଂ ଫିଜିଓଥେରାପି ସଂପକ୍ରୀତ ଚିକିତ୍ସା ମଧ୍ୟ ପ୍ରଦାନ କରାଯାଉଛି ଯାହାର ସୁବିଧା ଓ ସୁଯୋଗ ନେବାପାଇଁ ଅତିଥିମାନେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ପରିଶେଷରେ ମହିଳା ସ୍ୱେଚ୍ଛାସେବୀ ବର୍ଷାରାଣୀ ସାହୁ ଧନ୍ୟବାଦ ଦେଇଥିଲେ ।