ସୂର୍ଯ୍ୟ ମନ୍ଦିରରେ ପାଳିତ ହେଲା ବିଶ୍ୱ ଐତିହ୍ୟ ସପ୍ତାହ

କୋଣାର୍କ : ଆଜି ଠାରୁ ସାତ ଦିନ ଧରି ପାଳିତ ହେଉଛି ବିଶ୍ୱ ଐତିହ୍ୟ ସପ୍ତାହ। ସମସ୍ତ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଏହି ଦିବସ ପାଳନ ହେଉଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମଧ୍ୟ ଏହାକୁ ପାଳନ କରାଯାଇଛି । ଏଏସଆଇ ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ସୂର୍ଯ୍ୟ ମନ୍ଦିରକୁ ଆଜି ପ୍ରବେଶ ଶୁଳ୍କ ଛାଡ଼ ଥିବା ବେଳେ ପର‌୍ୟ୍ୟଟକ ମାନେ ବିନା ଟିକେଟରେ ସୂର୍ଯ୍ୟ ମନ୍ଦିର ବୁଲିବାର ସୁଯୋଗ ପାଇଥିଲେ ।

ବିଶ୍ୱ ଐତିହ୍ୟ ଦିବସ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ସୂର୍ଯ୍ୟ ମନ୍ଦିର ସମ୍ବନ୍ଧିତ ତଥ୍ୟକୁ ଗ୍ୟାଲେରୀ ମାଧ୍ୟମରେ ଫଟଚିତ୍ର ମାଧ୍ୟମରେ ପର‌୍ୟଟକଙ୍କୁ ପ୍ରଦର୍ଶନ କରାଯାଇଥିଲା । ଆଜିର ଦିବସକୁ କୋଣାର୍କ ସ୍ଥିତ ସୋଭନିୟ ଶିକ୍ଷା ଶ୍ରମର ଅଧକ୍ଷ ନୃସିଂହ ଚରଣ କର ଉପସ୍ଥିତ ରହି ଉଦଘାଟନ କରିଥିବା ବେଳେ ଏଏସଆଇର ସମସ୍ତ ଅଧିକାରି ମାନେ ଉପସ୍ଥିତ ଥିଲେ । ଏହି ଦିବସ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୫ ତାରିଖରେ ଶେଷ ହେବ।

ଏଥିରେ କୋଣାର୍କ ଅଞ୍ଚଳର ସ୍କୁଲ, କଲେଜର ଛାତ୍ରଛାତ୍ରୀ ଯୋଗଦେଇଥିଲେ ଆମ ଐତିହ୍ୟ,କଳାକୁ କିପରି ବଞ୍ଚାଇ ରଖାଯିବା ସହ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନେ ଅଧିକରୁ ଅଧିକ ଆସି ସୁରକ୍ଷା ସହ ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭାଗା, ରାମଚଣ୍ଡୀ ଓ ପୁରୀ ବୁଲିଯାଇ ପାରିବେ । ସୂର୍ଯ୍ୟ ମନ୍ଦିର କୁ ଆଜି ପ୍ରବେଶ ଶୁଳ୍କ ଛାଡ଼ ଥିବା ବେଳେ ପର୍ଯ୍ୟଟକ ମାନେ ବହୁତ ଖୁସିରେ ବିନା ଟିକେଟରେ ସୂର୍ଯ୍ୟ ମନ୍ଦିର ବୁଲିଦେଖୁଥିବା ସୁଯୋଗ ପାଇଥିଲେ ।

ସେପଟେ ଯୋଗ ଦେଇଥିବା ସ୍କୁଲର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ବିଶ୍ୱ ଐତିହ୍ୟ ସପ୍ତାହ ପ୍ରତି ବର୍ଷ ପାଳନ କରାଯାଉଛି , କିନ୍ତୁ ବର୍ଷା ଦିନରେ କିପରି ପାଣି ଯମିବା,ପ୍ରବଳ ଖରାରୁ ରକ୍ଷା କିପରି ପର‌୍ୟଟକ ପାଇବେ । ସେଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।