(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ସାରା ବିଶ୍ୱରେ ଏବେ କରୋନା ଆତଙ୍କ ଖେଳିଯାଇଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି ପାଇଛି । ଏହି ଭାଇରସରୁ ମୁକ୍ତି ପାଇବା ପାଇଁ ଚାରିଆଡ଼େ ଚାଲିଛି ସଚେତନା । ଏହି ପରିପେକ୍ଷୀରେ ଭୁବନେଶ୍ୱରର ବାଣୀବିହାର ସ୍ଥିତ ସେଣ୍ଟରାଲ ସପିଙ୍ଗ ମଲରେ କର୍ମଚାରୀମାନଙ୍କୁ ନେଇ କରୋନା ସମ୍ପର୍କିତ ଏକ କର୍ମଶାଳାର ଆୟୋଜନ ହୋଇଥିଲା । ଏଥିରେ ମଲର କର୍ମଚାରୀଙ୍କୁ ମାସ୍କ ସହିତ ସାନିଟାଇଜର ଦିଆଯିବାର ବ୍ୟବସ୍ଥା କରାଯାଇଛି । ମଲ ଏକ ଜନଗହଳୀ ପୁର୍ଣ୍ଣ ସ୍ଥାନ ହୋଇଥିବାରୁ ଯେପରି କୌଣସି ଆତଙ୍କ ନ ଖେଳେ ସେ ନେଇ କର୍ମଶାଳାରେ କର୍ମଚାରୀଙ୍କୁ ବୁଝାଯାଇଛି । ଏହି କର୍ମଶାଳାରେ ଡ଼ାକ୍ତର ପ୍ରଙ୍ଗ୍ୟାପରମିତା ଯୋଗଦେଇଥିଲେ । କରୋନା କବଳରୁ କିପରି ବଞ୍ଚିବା ଏବଂ କରୋନା ଆତଙ୍କ ମଧ୍ୟରେ ମଲକୁ ଆସୁଥିବା ଲୋକଙ୍କୁ କିପରି ବ୍ୟବହାର କରାଯିବ ସେ ବିଷୟରେ କର୍ମଚାରୀଙ୍କୁ ବୁଝାଇଥିଲେ । ଏହି କର୍ମଶାଳାରେ ମଲର ଏଚଆର ରିପସନା ରଥ , ମ୍ୟାନଜର କୁଞ୍ଜବିହାରୀ ଶତପଥୀ ମଲର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।