ନୂଆପଡ଼ା ଉପନିର୍ବାଚନରେ ପିଙ୍କ୍‌ ବୁଥ୍‌ଗୁଡ଼ିକୁ ମହିଳା ପୋଲିଂ ଅଫିସର ପରିଚାଳନା କରିବେ

ନୂଆପଡ଼ା ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ୍‌ । ସିଇଓ ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କ ସହ ଗସ୍ତ କରି ତିନିଟି ପର୍ଯ୍ୟାୟରେ ବୈଠକ କରିଥିଲେ । ଏହି ଅବସରରେ ସେ ସୂଚନା ଦେଇଛନ୍ତି ଯେ ଉପନିର୍ବାଚନ ପାଇଁ ନୂଆପଡ଼ାରେ ସମସ୍ତ ପ୍ରକାର ସୁରକ୍ଷା  ବ୍ୟବସ୍ଥା ହୋଇଛି । ଆଚରଣବିଧି ଉଲ୍ଲଙ୍ଘନ ନେଇ କିଛି ଅଭିଯୋଗ ଆସିଛି ଯାହାର ଅନୁଧ୍ୟାନ ଚାଲିଛି । ତେବେ ଚଳିତ ଉପନିର୍ବାଚନରେ ନୂଆପଡ଼ାରେ ୩୫୦ ବୁଥ୍‌  ହେବ । ଏଥିରୁ ନୂଆ କରି ହୋଇଛି ୫୬ ବୁଥ୍‌ ଯଉଁଥିରେ ୬ଟି ପିଙ୍କ୍‌ ବୁଥ୍‌ ରହିଛି । ପିଙ୍କ୍‌ ବୁଥ୍‌ଗୁଡ଼ିକୁ ମହିଳା ପୋଲିଂ ଅଫିସର ପରିଚାଳନା କରିବେ ।