ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରି ଯୁବକ ଗିରଫ

ଭୁବନେଶ୍ୱର: ଆଜି କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟର କ୍ୟାଣ୍ଟିନ ଛକରେ ବସରୁ ଓଲ୍ହାଇବା ସମୟରେ ସେଠାରେ ଉପସ୍ଥିତ ଥିବା ଜୈନକ ନିଶାଗ୍ରସ୍ତ ବ୍ୟକ୍ତି ଯୁବତୀଙ୍କ ଶରୀର ସ୍ପର୍ଶ କରିବାକୁ ଚେଷ୍ଟା କରିବା ସହ ଅଶାଳୀନ ବ୍ୟବହାର କରିଥିଲେ। ଯୁବତୀ ଜଣକ ଏହାର ପ୍ରତିବାଦ କରି ଚିତ୍କାର କରିବାରୁ ଅଭିଯୁକ୍ତ ଜଣକ ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କେତେକ ସ୍ଥାନୀୟ ଯୁବକ ଓ ଉଠା ଦୋକାନୀ ତାକୁ ଗୋଡାଇ ” ମୋ ବସ ଟର୍ମିନାଲ” ନିକଟରୁ କାବୁ କରି ନିକଟରେ ଥିବା ଆରକ୍ଷୀ ସହାୟତା କେନ୍ଦ୍ରରେ ଜିମା ଦେଇଥିଲେ। ପରେ କ୍ୟାପିଟାଲ ଥାନା ମହିଳା ଆଇ ଆଇ ସି ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କ ଠାରୁ ଏଫ ଆଇ ଆର ଗ୍ରହଣ କରି ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିଜ ହେପାଯତ କୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।