(ସରୋଜ କୁମାର ରାଉତ / ରିପୋର୍ଟସ ଟୁଡ଼େ ): ଗୋଟେ ପଟେ ନାରୀକୁ ସମ୍ମାନ ଅନ୍ୟପଟେ ନାରୀକୁ ଅସମ୍ମାନ । ଆନ୍ତର୍ଜତୀୟ ମହିଳା ଦିବସ ଅବସରରେ ମସାଜର ବ୍ୟକ୍ତିବିଶେଷ ମାନେ ସମ୍ମାନପ୍ରଦାନ କରିଥିଲେ । ହେଲେ ଏହାର ଠିକ ବିପରୀତ ଚିତ୍ର ରାଜଧାନୀରେ ଦେଖିବାକୁ ମଳିଛି । ଯାହାକୁ ନେଇ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ଉପରେ ଉଠିଛି ପ୍ରଶ୍ନ ।
ରାଜଧାନୀ ଭୁବନେଶ୍ୱରର ବିଚ୍ ରାସ୍ତାରେ ମହିଳାଙ୍କୁ ସଂଘବଦ୍ଧଭାବେ ଆକ୍ରମଣ ହୋଇଛି। ତଳେ ପକାଇ ବିଧା ଗୋଇଠା ପିଟି ଚାଲିଲେ ଯୁବକ । ଅଭିଯୋଗ ଅନୁସାରେ ସବିତା ସେଠୀ ନାମକ ଜଣେ ମହିଳା ଗତକାଲି ସଂଧ୍ୟାର ବିନ୍ଦୁସାଗର ରାସ୍ତାରେ ଚାଲି କରି ନିଜ ଘରକୁ ଫେରୁ ଥିଲେ । ଏହି ସମୟରେ ୧୦ରୁ ଅଧିକ ଯୁବକ ତାଙ୍କ ସହ ଯୁକ୍ତି ତର୍କ କରିଥିଲେ । ଏହା ପରେ ହଠାତ ତାଙ୍କୁ ଧକ୍କା ମାରିବା ସହ ଠେଲି ତଳେ ପକାଇ ଦେଇଥିଲେ । ଏପିରିକି ସେ ତଳେ ପଡିଯିବା ପରେ ବି ବିଧା ଗୋଇଠା ମାରି ଚାଲିଥିଲେ ।
ଏ ନେଇ ମହିଳା ଜଣକ ଆଜି ଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି । ଜମିବାଡି ଘଟଣାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା ନେଇ ଏତଲାରେ ଦର୍ଶାଇଛନ୍ତି ମାଡ ଖାଇଥିବା ମହିଳା । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଏହି ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ।