ନବୀନ ନିବାସରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

(ଆଦର୍ଶ ରାଉତ) ଭୁବନେଶ୍ୱର: ଆଜି ନିବୀନ ନିବାସ ସମ୍ମୁଖରେ ଅଜଣା ମହିଳ।। ଆତ୍ମହତ୍ୟା ଉଦ୍ୟମ କରିଥିବା ପରି ଅଭାବନୀୟ ଘଟଣା ଦେଖିବାକୁ ମଳିଛି । ଉକ୍ତ ମହିଳା ନବୀନ ନିବାସଠୁ କିଛି ଦୂରରେ ପହଞ୍ôଚ ସାଙ୍ଗରେ ଆଣିଥିବା ଏକ ପେଟ୍ରୋଲ ବଟଲରୁ ପେଟ୍ରୋଲ ନିଜ ଉପରେ ପକାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ଉକ୍ତ ମହିଳାଙ୍କ ଏପରି କାର୍ଯ୍ୟ ଦେଖି ତୁରନ୍ତ ତାଙ୍କୁ କାବୁ କରିବା ସହ ଆତ୍ମହତ୍ୟା ଉଦ୍ୟମକୁ ପଣ୍ଡ କରିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ।
ଶୁଣିବାକୁ ମିଳୁଛି, ୨୦୦୯ ନିର୍ବାଚନରେ ଉଦଳାରୁ ବିଧାୟକ ହୋଇଥିବା ଶ୍ରୀନାଥ ସୋରେନ ଉକ୍ତ ମହିଳାଙ୍କୁ ବଳାକ୍ରାର କରିଥିଲେ । ଏଥିନେଇ ସେ ବାରମ୍ବାର ଅଭିଯୋଗ ମଧ୍ୟ କରିଛନ୍ତି । ଗତ ନିର୍ବାଚନରେ ସୋରେନଙ୍କୁ ଟିକେଟ ଦିଆଯାଇନଥିବା ବେଳେ ଚଳିତ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇଛି । ଜଣେ ବଳାକ୍ରାରୀକୁ ଟିକେଟ ନିଆଯିବା ଓ ତାଙ୍କୁ ନ୍ୟାୟ ନ ମିଳାବାରେ ମର୍ମାହତ ହୋଇ ମହିଳା ଆଜି ଏହି ପଦକ୍ଷେପ ନେଇଥିବା ସୂଚନା ମିଳୁଛି ।