କାର ଭିତରୁ ମିଳିଲା ମହିଳାଙ୍କ ସନ୍ଦେହ ଜନକ ମୃତ ଦେହ

(ଆଦର୍ଶ ରାଉତ): ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟାଟା ସେଫାରୀ କାର୍ ଭିତରୁ ମହିଳାଙ୍କ ମୃତଦେହ ଠାବ କରାଯାଇଛି। ରାଜଧାନୀରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲିଙ୍ଗିପୁର ପେଟ୍ରୋଲପମ୍ପ ନିକଟ ହନୁମାନ ମନ୍ଦିର ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଟାଟା ସେଫାରୀ କାର୍‌ ଭିତରୁ ମହିଳାଙ୍କ ମୃତଦେହକୁ କିଛି ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସକୁ ଏସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ପରେ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲକୁ ନିଆଯାଇଥିଲା ।

ପକ୍ଷରେ, କାର୍‌ ଭିତରୁ ମୋବାଇଲ୍‌ ଫୋନ୍‌, କିଛି କାଗଜପତ୍ର, କପଡ଼ା ,ଫଟୋ ଓ ତାଙ୍କ ପୁଅ ର ଚପଲ କୁ ଜବତ କରାଯାଇଛି। ତେବେ ମୃତକ ଜଣକ ଯାଜପୁରର ତନୁଯା ଆଇଚ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ମାରି ନିଜ ପୁଅକୁ ନେଇଯାଇଥିବାର ତନୁଜାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ସୂଚନା ଥାଉ କି ଆଗରୁ ପାରିବାରିକ କଳହ ଲାଗି ରହୁଥିଲା ତା ନେଇ ଆଗରୁ ସ୍ୱାମୀ ସଂଗ୍ରାମ ଆଇଚିଙ୍କ ନାମରେ ଅଭିଯୋଗ ମଧ୍ୟ ହେଇଥିଲା ।