ଜଣେ ମହିଳା ଦୁଇଟି ଗର୍ଭାଶୟ, ଜନ୍ମ ନେଲେ ବି ଦୁଇ ପିଲା

0

ବିଟ୍ରେନ: ଆପଣମାନେ ସମସ୍ତେ ପ୍ରାୟ ଯାଆଁଳା ସନ୍ତାନ ଜନ୍ମ ଦେବା ଶୁଣିଥିବେ । ହେଲେ ଜଣେ ମହିଳାଙ୍କ ଦୁଇଟି ଗର୍ଭାଶୟ ଥିବା କେବେ ଶୁଣିଛନ୍ତି କି? ତେବେ ବ୍ରିଟେନରେ ଜଣେ ମହିଳାଙ୍କର ଦୁଇଟି ଗର୍ଭାଶୟ ଥିବା ଦେଖିବାକୁ ମିଳିଛି । ଏଥିସହିତ ଦୁଇଟି ଗର୍ଭରୁ ଦୁଇଟି ପିଲା ଜନ୍ମ ମଧ୍ୟ ହୋଇଛନ୍ତି । ଏହା ଦେଖି ଡ଼ାକ୍ତରମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି ।

୨୪ ବର୍ଷ ବୟସ୍କା ମ୍ୟାଡଲିନ୍ କାକଲିକୋସ୍ ନାମକ ଜଣେ ମହିଳା ବିଟ୍ରେନରେ ରୁହନ୍ତି । ସେ ବହୁ ଚେଷ୍ଟା କରୁଥିଲେ ମଧ୍ୟ ମାଆ ହୋଇପାରୁ ନ ଥିଲେ । ଶେଷରେ ଆଇବିଏଫର ସାହାଯ୍ୟରେ ଗର୍ଭବତୀ ହେଲେ । ଏହି ସମୟରେ, ସେ ଜାଣିବାକୁ ପାଇଲେ ଯେ ତାଙ୍କ ଗର୍ଭରେ ଆଗରୁ ଆଉ ଏକ ଶିଶୁ ରହିଛି । ଆଉ ଡ଼ାକ୍ତର ଯେତେବେଳେ ତାଙ୍କର ଦୁଇଟି ଗର୍ଭାଶୟ ଅଛି ଏବଂ ଦୁଇଟି ପିଲା ବଢୁଛନ୍ତି ଦେଖିଲେ ନିଜେ ଆଶ୍ଚର୍ୟ୍ୟ ହୋଇଗଲେ । ମହିଳାଙ୍କ ପ୍ରତି ବିପଦ ଥିବା ଚେତାବନୀ ମଧ୍ୟ ଦେଲେ । କିନ୍ତୁ ନିକଟରେ ମ୍ୟାଡ଼ଲିନ୍ ଉଭୟ ପିଲାଙ୍କୁ ଜନ୍ମ ଦେଇଛନ୍ତି । ଏବେ ମାଆ ଓ ଦୁଇ ପିଲା ସୁସ୍ଥ ମଧ୍ୟ ଅଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ହେଉଛି ଏକ ବିରଳ ଘଟଣା । ୫୦ ନିୟୁତ ମହିଳାଙ୍କ ମଧ୍ୟରୁ କେବଳ ଜଣଙ୍କଠାରେ ଏପରି ଅବସ୍ଥା ଦେଖିବାକୁ ମିଳେ ।

ମ୍ୟାଡଲିନ୍ କହିଛନ୍ତି, ମୋର ଦୁଇଟି ଗର୍ଭାଶୟରେ ଦୁଇଟି ପିଲା ଥିବା ଯେତେବେଳେ ଶୁଣିଲି ଆଶ୍ଚର୍ୟ୍ୟ ହେବା ସହ ଆମେ ସ୍ୱାମୀ ସ୍ତ୍ରୀ ବହୁତ ଖୁସି ହେଲୁ । କାରଣ ଭଗବାନ ଆମକୁ ଗୋଟିଏ ପିଲା ଦେଉ ନ ଥିଲେ । ଆଉ ଏକା ସାଙ୍ଗରେ ଦୁଇଟି ପିଲା ଦେଇଥିବାରୁ ଆମେ ବହୁତ ଖୁସି । ମୋ ଜୀବନ ପ୍ରତି ବିପଦ ଥିବା ଜାଣିବା ପରେ ମଧ୍ୟ ମୁଁ ପିଲାଙ୍କୁ ଜନ୍ମ ଦେବାକୁ ନିଷ୍ପତ୍ତି ନେଲି ।