ମାସେ ଭିତରେ ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୁଷୋତ୍ତମପୁର: ଫାଇନାନ୍ସ କର୍ମଚାରୀଙ୍କ ନିକଟରୁ ଲୁଟ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଏହି ଅଭିଯୋଗରେ ପୋଲିସ ହାତରେ ଧରାପଡିଲେ ୩ ଅଭିଯୁକ୍ତ । ଲୁଟେରାଙ୍କ ସମେତ ନଗଦ ଟଙ୍କା ଏବଂ ବାଇକ ମଧ୍ୟ ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଳା ପୋଲସରା ଥାନା ଅନ୍ତର୍ଗତ ମାରଦା ମନ୍ଦିର ନିକଟରେ ଲୁଟର ଶିକାର ହୋଇଥିଲେ ଜଣେ ଫାଇନାନ୍ସ କର୍ମଚାରୀ । ତାଙ୍କ ପାଖରୁ ୧ଲକ୍ଷ ୨୦ ହଜାର ଲୁଟି ନେଇଥିଲେ ଏକ ଲକ୍ଷ ୨୦ ହଜାରରୁ ଅଧିକ ଟଙ୍କା । ଏ ନେଇ ଫାଇନାନ୍ସ କର୍ମଚାରୀ ପୋଲସରା ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏହାପରେ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାକୁ ଜାଲ ବିଛାଇଥିଲା ପୋଲିସ । ତେବେ ମାସ ପରେ ପୋଲିସ ଏହି ଘଟଣାରେ ପାଇଛି ସଫଳତା । ଘଟଣାରେ ସମ୍ପୃକ୍ତ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲସରା ଥାନା ପୋଲିସ । ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବା ସହ ପୋଲିସ ସେମାନଙ୍କ ନିକଟରୁ ୯୬ ହଜାର ନଗଦ ଟଙ୍କା ଏବଂ ଗୋଟିଏ ମୋଟର ସାଇକେଲ ଜବତ କରିଛି ।