ଭୁବନେଶ୍ୱରରେ ହେବ ନୂଆ ମେଟ୍ରୋ । କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ହେବ । ଏହି ମେଟ୍ରୋ କାମ ପାଇଁ କେନ୍ଦ୍ରକୁ ଦିଆଯିବ ପ୍ରସ୍ତାବ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଟେକ୍ନିକାଲ କମିଟି ଗଠନ ହେବ। ଏହି କମିଟି ଦ୍ବାରା ବିଭିନ୍ନ ସହାରକୁ ଯାଇ ସ୍ଥିତି ଅନୁଧ୍ୟାନ କରାଯିବ ଏଥିସହିତ ନୂଆ ଟ୍ରାକ ନେଇ କମିଟି ରିପୋର୍ଟ ଦେବ । ଏନେଇ ମନ୍ତ୍ରୀ ସ୍ତରୀୟ ସବ କମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ କମ୍ପ୍ରେହେନସିଭ ମୋବିଲିଟି ପ୍ଲାନ ତିଆରି ହୋଇଛି । କେଉଁ ଲାଇନରେ ମେଟ୍ରୋ ଯିବ କେଉଁ ଜାଗାରେ ପାର୍କିଙ୍ଗ ଅଞ୍ଚଳ ହେବ ଟେକ୍ନିକାଲ କମିଟି ରିପୋର୍ଟ ଦେବ । ସାଧାରଣ ଲୋକଙ୍କ ମତାମତ ନିଆଯିବ। ପୁରୁଣା ପ୍ରକଳ୍ପ ବନ୍ଦ କରାଯିବାର କାରଣ ହେଉଛି କାମ ଯଦି ଚାଲିଥାନ୍ତା ତାହେଲେ ପୁରା ରାସ୍ତା ଠପ ହୋଇଯାଇଥାନ୍ତା । ସେଥି ପାଇଁ ନୂଆ ଟ୍ରାକ ଯାହା ହେବ କମିଟି ରିପୋର୍ଟ ଦେବ। ଏଥିସହ କେନ୍ଦ୍ରରୁ ପ୍ରସ୍ତାବ ପାରିତ ହେଲେ ଭୁବନେଶ୍ବରରେ ନୂଆ ମେଟ୍ରୋର କାମ ଆରମ୍ବ ହେବ ।