ଆସନ୍ତା ୧୭ ତାରିଖ ଯାଏଁ ଜାରି ରହିବ ଶୀତ: ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୭ ତାରିଖ ଯାଏଁ ଜାରି ରହିବ ଶୀତ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ପଶ୍ଚିମାଝଡ ପ୍ରଭାବରେ ୧୮ରୁ ତାପମାତ୍ରା ବୃଦ୍ଧି ସହ ଶୀତରେ ବ୍ରେକ୍‌ ଲାଗିବ । ଦୁଇ ଦିନର ବିରତି ପରେ ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ବଢ଼ିବ। କିଛି ସ୍ଥାନରେ ଅତି ପ୍ରବଳ ଥଣ୍ଡା ଅନୁଭୂତ ହୋଇପାରେ।

ରବିବାର ରାତିରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୬.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇ ଥିବା ବେଳେ ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ାରେ ୭ ଡିଗ୍ରୀ, ସୁନ୍ଦରଗଡ଼, ବୌଦ୍ଧ, ନବରଙ୍ଗପୁର, ଅନୁଗୋଳରେ ୯ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବାଲେଶ୍ବର, କଟକ, ବାରିପଦା, କେନ୍ଦୁଝର, ଭବାନୀପାଟଣା, ବଲାଙ୍ଗିର, ଢେଙ୍କାନାଳରେ ପାରଦ ୧୦ ଡିଗ୍ରୀକୁ ଖସିଥିଲା। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି ଝାରସୁଗୁଡ଼ା, ବୌଦ୍ଧ ଓ ଅନୁଗୋଳର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ହେବ।