ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏ ଚାଲିବ ବିଧାନସଭା । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଅପରାହ୍ମରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ଏଥର ବିନା କଟକଣାରେ ସ୍ବାଭାବିକ ଚାଲିବ ଗୃହ । ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ଏବଂ ୨ ତାରିଖେରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ ।

ଗୃହରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ତେବେ ଦୀର୍ଘ ଅଢେଇ ବର୍ଷ ପରେ ଏହି ଅଧିବେଶନରେ କୋଭିଡ କଟକଣା ମଧ୍ୟ ହଟାଇ ଦିଆଯାଇଛି ।ବିଧାୟକମାନେ ନିଜ ନିଜ ଆସନରେ ବସିବା ସହ ପ୍ରେସ ଗ୍ୟାଲେରୀରେ ସାମ୍ବାଦିକମାନେ ପୂର୍ବପରି ବସି ଖବର ପରିବେଷଣ କରିବେ । ୧୦ଟା ୩୦ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡ଼ି ବିଧାୟକ ଦଳ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ |