ନୂଆଦିଲ୍ଲୀ : ସରିଲା ଲୋକସଭା ଶୀତକାଳୀନ ଅଧିବେଶନ । ସଂସଦ ଶୀତ ଅଧିବେଶନର ଶେଷ ଦିନରେ ନିର୍ଦ୍ଦିଶ୍ଟ କାଳ ପାଇଁ ସ୍ଥଗିତ ରଖିଲେ ବାଚସ୍ପତ୍ତି । ସେପଟେ ଆମ୍ବେଦକର ବିବାଦ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲାକୁ ବିରୋଧ କରି ଇଣ୍ଡି ମେଣ୍ଟ ର ସାଂସଦମାନେ ସଂସଦ ଭବନ ବାହାରେ ପ୍ରତିବାଦ କରିଛନ୍ତି । ବିଜୟ ଚୌକରୁ ସଂସଦ ଭବନ ପଯ୍ୟନ୍ତ ରାହୁଲଙ୍କ ସମର୍ଥନରେ ପଦଯାତ୍ର କରିଛନ୍ତି ବିରୋଧୀ ସାଂସଦ । ଅନ୍ୟପଟେ ଏନଡିଏ ମେଣ୍ଟ ବିରୋଧୀ ସାଂସଦ ମାନେ ମଧ୍ୟ ରାହୁଲକୁ ବିରୋଧ କରି ସଂସଦ ଭବନ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି ।