ଭୁବନେଶ୍ୱର: ଆସନ୍ତା କାଲି ଠାରୁ ବିଧାନସଭାର ଶୀତ କାଳିନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିବେ ବାଚସ୍ପତି । ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ ହେବ ବୋଲି ସ୍ଥିର କରାଯାଇଥିବା ବେଳେ ସେପଟେ ବିଧାନସଭାରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳିୟ ବୈଠକ ବସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସେପଟେ କଂଗ୍ରେସର ବିଧାୟକ ଦଳିୟ ବୈଠକ ଆସନ୍ତା କାଲି ବସିବ ବୋଲି କୁହାଯାଉଛି । ବିଜେଡି ମଧ୍ୟ କାଲି ବିଧାୟକ ଦଳ ବୈଠକ କରିବ ।