ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସାଲିଆ ସାହି ପାଲଟିଛି ମଦର ପେଣ୍ଠସ୍ଥଳୀ । ପ୍ଲାଇଙ୍ଗ ସ୍ୱାର୍ଡ ପକ୍ଷରୁ ଚଢାଉ କରି ହଜାର ଲିଟର ଦେଶୀ ମଦ ସହ ୮ହଜାର ୫ଶହ ପେଚ ଜବତ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଓ ଅବକାରୀ ସୁପରିଟେଣ୍ଡେଂଟଙ୍କ ନିର୍ଦ୍ଦେଶକ୍ରମେ ଏହି ଚଡାଉ କରାଯାଇଥିଲା । ମଦ କାରବାରରେ ଲିପ୍ତ ଥିବା ୧୯ ଜଣଙ୍କୁ ଗିରଫ କରାଯାଇଛି । ବାରମ୍ବାର ମଦ ମିଳିବା ଦର୍ଶାଉଛି ସେଠାରେ ମଦ ପେଣ୍ଠସ୍ଥଳ ପାଲଟିଛି ।