ଖପ୍ରାଖୋଲ /ଜଗନ୍ନାଥ ଧରୁଆ: ଭୁଷୁଡି ପଡିଲା ସ୍କୁଲ୍ ଛପର ଅଳ୍ପକେ ବର୍ତ୍ତିଗଲେ ଛାତ୍ରଛାତ୍ରୀ । ଖପ୍ରାଖୋଲ ବ୍ଲକ ଦମେଇପାଲି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରୁଣା ଘର ଭୁଷୁଡି ଯାଇଛି । ବିପଦ ଶଙ୍କୁଳ ଅବସ୍ଥାରେ ପଡିରହିଥିବା ଏହି ଗୃହଟି ଆଜି ଆକସ୍ମିକ ଭାବେ ଭାଙ୍ଗିଯାଇଛି । ସୂଚନା ଅନୁସାରେ ଛାତ୍ର ଛାତ୍ରୀ ମାନେ ନିଜ ଶ୍ରେଣୀ ରେ ପାଠ ପଢୁଥିବା ବେଳେ ବିଦ୍ୟାଳୟ ପରିସରରେ ଥିବା ଏକ ଅବ୍ୟବହୃତ ଶ୍ରେଣୀ ଗୃହର ଛପର ଭାଙ୍ଗି ଯାଇଥିଲା । ଯାହାର ଶବ୍ଦ ଶୁଣି ଶିକ୍ଷକ, ଛାତ୍ର ଛାତ୍ରୀ ଭୟଭୀତ ହୋଇପଡ଼ିଥିବା ବେଳେ, ଅଭିଭାବକ ମାନେ ମଧ୍ୟ ବିଦ୍ୟାଳୟକୁ ଆସି ଯାଇଥିଲେ । ଏହି ଛପର ଭାଙ୍ଗିଯିବା ଫଳରେ ସ୍କୁଲ୍ ପରିସରରୁ ଏକ ବଡ ଧରଣର ବିପଦ ଟଳିଯାଇଛି । ସୂଚନା ଅନୁଯାୟୀ ୧୯୧୨ ରେ ଆରମ୍ଭ ହୋଇଥିବା ଏହି ଶତାୟୁ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବା ବେଳେ ୭ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ୧୬୮ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟରେ କେବଳ ତିନୋଟି ପକ୍କା କୋଠରୀ ଥିବାବେଳେ ପୁରୁଣା ଶ୍ରେଣୀ ଗୃହ ମରାମତି କରି ଦୁଇଟି ଶ୍ରେଣୀ ରେ ପାଠ ପଢା ହେଉଛି । ଭଙ୍ଗା କୋଠରୀ ଆରପାଖରେ ରୋଷେଇ ଘର ଥିବା ବେଳେ ଛାତ୍ର ଛାତ୍ରୀ ଭଙ୍ଗା କୋଠରୀ ଦେଇ ପ୍ରତିଦିନ ଖାଇବାକୁ ଯାଇଥାନ୍ତି ବୋଲି ଜଣାପଡିଛି । ବିପଦ ଶଙ୍କୁଳ ଗୃହ ଓ ବିଦ୍ୟାଳୟର ଅନାନ୍ୟ ସମସ୍ୟା ବିଷୟରେ ପୂର୍ବରୁ ବିଭାଗୀୟ ଅଧିକାରୀ ଏବଂ ସରପଚଂଙ୍କୁ ଜଣାଇବା ସତ୍ତେୁ ବି କୈାଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ଭୋଇ ଙ୍କୁ ପଚାରିବାରୁ ଆକସ୍ମିକ ଭାବେ ଭାଙ୍ଗି ଯାଇଥିବା କୋଠରୀ ବହୁ ଦିନ ଧରି ବ୍ୟବହାର ହେଉନଥିବା କହିଛନ୍ତି । କିନ୍ତୁ ର୍ଦୁଭାଗ୍ୟର ବିଷୟ ସରକାର ଗୋଟେ ପଟେ ରାଜ୍ୟର ଅନେକ ସ୍କୁଲ୍ କୁ ୫ଟି ଯୋଜନାରେ ଅର୍ନ୍ତଃଭୁକ୍ତ କରି ବାହା ବାହା ପ୍ରଶଂସା ନେଉଥିବା ବେଳେ ଅନ୍ୟପଟେ ଏକ ଦୀର୍ଘ ବର୍ଷର ସ୍କୁଲ ଅବହେଳିତ ଓ ବିପଦ ଶଙ୍କୁଳ ଅବସ୍ଥାରେ ପଡିରହିଥିବା ବେଳେ ସରକାର ଏହାକୁ ଆଖିଠାର ମାରିଛନ୍ତି । ୫ଟି ଯୋଜନାରେ ୧ କୋଟି ପର୍ଯ୍ୟନ୍ତ ବ୍ୟୟ କରୁଥିବା ବେଳେ ଏଠାରେ ଗୋଟେ ଗୃହ ମାରାମତି କରିବାରେ ଅସମର୍ଥ ହୋଇଛନ୍ତି ସରକାର । ତେବେ ଏହି ସମସ୍ୟାକୁ ନେଇ ସ୍ଥାନୀୟ ଅଚଂଳରେ ମୋ ସରକାରଙ୍କ ପ୍ରତି ଅସନ୍ତୋଷ ବଢିଛି । ଏମିତି କି ମୋ ସରକାରର ସ୍ୁଚ୍ଛତା ଉପରେ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ତେବେ ଏହି ସମସ୍ୟାକୁ କେତେ ଗୁରୁତ୍ୁର ସହ ଗ୍ରହଣ କରୁଛନ୍ତି ସରକାର ଆଉ ସ୍ଥାୟୀ ସମାଧାନ ନିମନ୍ତେ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ଗ୍ରାମବାସୀଙ୍କ ନଜର ।