ଗୋଆ ଓ ମଣିପୁର ଭଳି ଭାରତରେ ମିଶିବକି ଶ୍ରୀଲଙ୍କା?

ଭୁବନେଶ୍ୱର: ସୁନାର ଲଙ୍କାରେ ଦେଖାଦେଇଛି ଭୟଙ୍କର ଖାଦ୍ୟ ଓ ଇନ୍ଧନ ସଙ୍କଟ । ବିଦେଶୀ ଋଣ ଜାଲରେ ଛନ୍ଦି ହୋଇ ପଡ଼ିଛି ଶୀଲଙ୍କା । ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ହୋଇପଡ଼ିଛି ଯେ , ଲୋକଙ୍କୁ ମିଳୁନାହିଁ ଅତ୍ୟାବଶ୍ୟକ ସାମଗ୍ରୀ । ଯାହାଦ୍ୱାରା ଶ୍ରୀଲଙ୍କାବାସୀଙ୍କ ଆନ୍ଦୋଳନ ବଢ଼଼ିବାରେ ଲାଗିଛି । ଏବେ ତ ଆନ୍ଦୋଳନକାରୀଙ୍କ ପ୍ରଭାବ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗାଦି ଉପରେ ପଡ଼ିଛି । ପ୍ରଧାନମନ୍ତ୍ରୀ ପଦରୁ ରାନିଲ ଓ୍ୱିକ୍ରମ ସିଂଘେ ଇସ୍ତଫା ଘୋଷଣା କରିଥିବା ବେଳେ, ଶୁକ୍ରବାର ରାତିଠୁ ଅଜ୍ଞାତବାସରେ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ମଧ୍ୟ ଆସନ୍ତା କାଲି ପଦ ଛାଡ଼ିବେ । ଗୋଟାବାୟାଙ୍କ ସହ ଯୋଗାଯୋଗ ପରେ, ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି। ତେବେ ପ୍ରଶ୍ନ ଉଠୁଛି ତା ପରେ କଣ ହେବ। ଶ୍ରୀଲଙ୍କାରେ କିଏ ଗଢ଼ିବ ନୂଆ ସରକାର? କିଏ ହେବ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ? ନା ଜାରି ରହିବ ଅରାଜକତା?

ଶ୍ରୀଲଙ୍କା ସମ୍ବିଧାନ ଅନୁସାରେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ୩୦ ଦିନ ପାଇଁ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ । ୧୯୪୮ ମସିହାରେ ସ୍ୱାଧୀନତା ହେବା ପରଠାରୁ ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈତିକ ସଙ୍କଟର ସମ୍ମୁଖିନ ହୋଇଛି । ଶ୍ରୀଲଙ୍କା ହେଉଛି ଏକ ପର୍ୟ୍ୟଟନ ନିର୍ଭରଶୀଳ ଅର୍ଥନୀତି ।କରୋନା ମହାମାରୀ ହେତୁ ଦେଶରେ ପର୍ଯ୍ୟଟକଙ୍କ ଆଗମନ ଦୁଇ ବର୍ଷ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା, ଯେଉଁ କାରଣରୁ ଅର୍ଥନୀତି ସଙ୍କଟରେ ପଡିଯାଇଥିଲା ସୁନାର ଲଙ୍କା ।

କେବଳ ଏତିକି ନୁହେଁ, ଯେତେବେଳେ ଆୟର ଉତ୍ସ କମ୍ ଥିଲା, ଗୋଟାବାୟା ରାଜପାକସେ ସରକାର ଟ୍ୟାକ୍ସ ହ୍ରାସ କରିଥିଲେ , ଯାହାଦ୍ୱାରା ସରକାରଙ୍କ ପାଇଁ ଆୟର ଉତ୍ସ ହ୍ରାସ ହୋଇଥିଲା ।ବର୍ତ୍ତମାନ ଆର୍ଥନୈତିକ ଓ ରାଜନୈତିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କାକୁ ଏହି ସବୁରୁ ବାହାରକୁ ଆଣିବାପାଈଁ କଣ ମିତ୍ର ଦେଶ ଭାରତ ମୁକୁଳାଇପାରିବ । ନା ଗୋଆ ଓ ମଣିପୁର ଭଳି ଶ୍ରୀଲଙ୍କାକୁ ଦେଶରେ ସାମିଲ କରି ଅନ୍ୟ ଏକ ରାଜ୍ୟ ଘୋଷଣା କରିବ? ଗୋଆ କିଭଳି ଭାରତରେ ସାମିଲ ହୋଇଥିଲା ଜାଣନ୍ତ …
ବ୍ରିଟଶମାନଙ୍କ ଠାରୁ ଭାରତ ସ୍ୱାଧୀନ ହେବାପରେ ବି ଗୋଆ ଭାରତ ସହ ସାମିଲ ହୋଇନଥିଲା । ଦେଶ ସ୍ୱାଧୀନ ହେବାର ବହୁବର୍ଷ ପରେ ସାମିଲ ହୋଇଥିଲା ଗୋଆ । ଗୋଆର ଦୀର୍ଘ ଇତିହାସ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା ଯେତେବେଳେ ମୌର୍ଯ୍ୟ ରାଜବଂଶ ଏଠାରେ ଶାସନ କରିଥିଲେ। ପରେ, ପ୍ରଥମ ଶତାବ୍ଦୀର ପ୍ରାରମ୍ଭରେ, ଏହା କୋଲହାପୁରର ସତ୍ୟଭାନା ରାଜବଂଶର ଶାସକମାନଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଏବଂ ପରେ ବାଦାମିର ଚଲୁକିଆ ଶାସକମାନେ ଏହାକୁ ୫୮୦ ରୁ ୭୫୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ।

ପରବର୍ତ୍ତୀ ବର୍ଷଗୁଡିକରେ, ଏହା ବିଭିନ୍ନ ଭିନ୍ନ ଶାସକମାନଙ୍କ ଦ୍ୱାରା ଶାସିତ ହୋଇଥିଲା । ୧୩୧୨ ମସିହାରେ, ଗୋଆ ପ୍ରଥମେ ଦିଲ୍ଲୀ ସୁଲତାନଙ୍କ ଅଧୀନରେ ଆସିଥିଲା କିନ୍ତୁ ସେମାନଙ୍କୁ ସେଠାରୁ ବିତାଡ଼ିତ କରାଯାଇଥିଲା । ପରେ ଭଞ୍ଜନଗର ଶାସକ ହରିହରା ପରେ ବିଜୟାନଗରର ଶାସକମାନେ ପରବର୍ତ୍ତୀ ଶହେ ବର୍ଷ ପାଇଁ ଏଠାରେ ଶାସନ କରିଥିଲେ ଏବଂ ୧୪୬୯ ମସିହାରେ ଏହାକୁ ଗୁଲବର୍ଗର ବାହାମୀ ସୁଲତାନ ଦ୍ୱାରା ଦିଲ୍ଲୀ ସୁଲତାନର ଅଂଶ ଭାବରେ ପରିଣତ କରାଯାଇଥିଲା। ବାହାମିଆ ଶାସକମାନଙ୍କ ପତନ ପରେ ଏହାକୁ ବିଜେପୁରର ଆଦିଲ ଶାହା କାବୁ କରିଥିଲେ ଯିଏ ଗୋଆ-ଭେଲହାକୁ ତାଙ୍କର ଦ୍ୱିତୀୟ ରାଜଧାନୀ କରିଥିଲେ।

୧୫୧୦ ମସିହାରେ, ପର୍ତ୍ତୁଗୀଜ ମାନେ ସ୍ଥାନୀୟ ସହଯୋଗୀ ତିମାୟାଙ୍କ ସାହାଯ୍ୟରେ ଶାସକ ବିଜପୁର ସୁଲତାନ୍ ୟୁସୁଫ୍ ଆଦିଲ ଶାହାଙ୍କୁ ପରାସ୍ତ କରିଥିଲେ । ସେ ଭେଲହା ଗୋଆରେ ଏକ ସ୍ଥାୟୀ ରାଜ୍ୟ ପ୍ରତିଷ୍ଠା କରିଥିଲେ। ଗୋଆରେ ଏହା ପର୍ତ୍ତୁଗୀଜ୍ ଶାସନର ଆରମ୍ଭ ଥିଲା ଯାହା ପରବର୍ତ୍ତୀ ସାଡ଼େଚାରି ଶତାବ୍ଦୀ ପର୍ୟ୍ୟନ୍ତ ଚାଲିଥିଲା ।୧୮୪୩ ମସିହାରେ, ପର୍ତ୍ତୁଗୀଲ ରାଜଧାନୀକୁ ଭେଲହା ଗୋଆରୁ ପଞ୍ଜୀମକୁ ସ୍ଥାନାନ୍ତର କରଥିଲେ । ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ, ପର୍ତ୍ତୁଗାଲୀ ଗୋଆ ବର୍ତ୍ତମାନର ରାଜ୍ୟ ସୀମାର ଅନେକ ଅଂଶକୁ ବିସ୍ତାର କରିଥିଲା । ୧୯୪୭ ମସିହାରେ ଭାରତ ବ୍ରିଟିଶ ମାନଙ୍କଠାରୁ ସ୍ୱାଧୀନତା ପାଇବା ପରେ ଭାରତ ଅନୁରୋଧ କରିଥିଲାଯେ, ଭାରତୀୟ ଉପମହାଦେଶରେ ପର୍ତ୍ତୁଗୀଜ୍ ଅଞ୍ଚଳଗୁଡିକ ଭାରତକୁ ଦିଆଯାଉ । କିନ୍ତୁ ପତ୍ତୁଗାଲ ଭାରତୀୟ ଅଞ୍ଚଳର ସାର୍ବଭୋମତକୁ ବୁଝାମଣା କରିବାକୁ ମନାକରିଦେଇଥିଲା । ପରେ ୧୯ ଡିସେମ୍ବର ୧୯୬୧ ରେ, ଭାରତୀୟ ସେନା ଗୋଆକୁ ନିଜ ଅତିଆରକୁ ନେଇଥିଲା ।ସେହିପରି ଭାବରେ ଆସନ୍ତୁ ଜାଣିବା ମଣିପୁର କିଭଳି ଭାରତ ସହ ସାମିଲ ହୋଇଥିଲା…

ଖ୍ରୀଷ୍ଟ ଯୁଗର ଆରମ୍ଭ ପୂର୍ବରୁ ମଧ୍ୟ ମଣିପୁରର ଏକ ଦୀର୍ଘ ଏବଂ ଦୃଷ୍ଟାନ୍ତମୂଳକ ଇତିହାସ ରହିଛି ।ଏଠାରେ ରାଜବଂଶର ଲିଖିତ ଇତିହାସ ଖ୍ରୀଷ୍ଟପୂର୍ବ ୩୩ ରେ ପହଙ୍ଗବାଙ୍କଶ ରାଜ୍ୟାଭେଷକ ପରଠାରୁ ଆରମ୍ଭ ହୋଇଥିଲା ଜ୍ଝ ସେ ଏହି ଭୂମିକୁ ୧୨୦ ବର୍ଷ ପାଇଁ ପ୍ରଥମ ଶାସକ ଭାବରେ ଶାସନ କରିଥିଲେ। ଏହା ପରେ ଅନେକ ରାଜା ମଣିପୁରକୁ ଶାସନ କରିବାକୁ ଲାଗିଲେ । ପରେ ମହାରାଜା, ଖାଗେମ୍ବା ୧୫୯୭ ରେ, ୧୬୯୮ ମସିହାରେ ଚୌରୋନବା, ୧୭୧୪ ରେ ଗରିବ ନିୱାଜ, ୧୭୬୩ ରେ ଭାଗଚନ୍ଦ୍ର (ଜୟସିଂହ), ୧୮୨୫ ରେ ଗମ୍ଭୀର ସିଂ ଶାସନ କରିଥିଲେ। ଏହି ପରି ମହାବୀର ମହାରାଜା ମଣିପୁରର ସୀମାକୁ ଶାସନ କରିଥିଲେ ଏବଂ ସୁରକ୍ଷା ଦେଇଥିଲେ।

ମଣିପୁରର ସ୍ୱାଧିନତା ଏବଂ ସାର୍ବଭୌମତ୍ୱ ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭ ପର୍ୟ୍ୟନ୍ତ ଚାଲିଥିଲା। (୧୮୧୯ ରୁ ୧୮୨୫ ପର୍ୟ୍ୟନ୍ତ) ସାତ ବର୍ଷ ପରେ ବର୍ମା ଲୋକମାନେ ଏଠାରେ ଦଖଲ କରି ଶାସନ କଲେ ।୨୪ ଏପ୍ରିଲ ୧୮୯୧ ର ଖୋଙ୍ଗଜୋମ ଯୁଦ୍ଧ ହୋଇଥିଲା ଯେଉଁଥିରେ ମଣିପୁରର ସାହସୀ ଯୋଦ୍ଧା ପାଉନା ବ୍ରଜବାସି ବ୍ରିଟିଶମାନଙ୍କ ହାତରୁ ନିଜ ମାତୃଭୂମି ରକ୍ଷା କରୁଥିବାବେଳେ ମୃତ୍ୟୁ ବରଣ କରିଥିଲେ। ଏହିପରି ମଣିପୁର ୧୮୯୧ ମସିହାରେ ବ୍ରିଟିଶ ଶାସନ ଅଧୀନରେ ଆସିଲା ଏବଂ ୧୯୪୭ ଭାରତ ସହିତ ସ୍ୱାଧିନ ହେଲା

ଯେତେବେଳେ ୧୯୪୭ ମସିହାରେ ବ୍ରିଟିଶ ମଣିପୁର ଛାଡିଥିଲେ, ସେତେବେଳେ ମଣିପୁରର ଶାସନ ମହାରାଜା ବୋଧଚନ୍ଦ୍ରଙ୍କ କାନ୍ଧରେ ପଡ଼ିଲା। ୨୧ ସେପ୍ଟେମ୍ବର ୧୯୪୯ ରେ ଯୋଗଦାନ ଚୁକ୍ତି ପରେ ମଣିପୁର ୧୫ ଅକ୍ଟୋବର ୧୯୪୯ ରେ ଭାରତର ଏକ ଅଂଶ ହୋଇଗଲା । ପରେ, ୧୯୬୨ ମସିହାରେ ୟୁନିଅନ୍ ଟେରିଟୋରୀ ଆକ୍ଟ ଅନୁଯାୟୀ ୩୦ ଜଣ ନିର୍ବାଚିତ ଏବଂ ତିନି ଜଣ ମନୋନୀତ ସଦସ୍ୟଙ୍କ ଏକ ବିଧାନସଭା ଗଠନ କରାଯାଇଥିଲା । ୧୯ ଡିସେମ୍ବର ୧୯୬୯ ରୁ କାର୍ୟ୍ୟକାରୀ ହେବା ସହିତ ପ୍ରଶାସକଙ୍କ ସ୍ଥିତି ମୁଖ୍ୟ କମିଶନରଙ୍କଠାରୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା। ଜାନୁୟାରୀ ୨୧, ୧୯୭୨ ରେ, ମଣିପୁର ପୂର୍ଣ୍ଣ ରାଜ୍ୟ ଭାବରେ ଗଠନ ହୋଇଥିଲା ।

୬୦ ଜଣ ନିର୍ବାଚିତ ସଦସ୍ୟଙ୍କୁ ନେଇ ଏକ ବିଧାନସଭା ଗଠନ ହେଲା ଶ୍ରୀଲଙ୍କାର ଏଭଳି ସ୍ତିତିରେ ଭାରତ ଯେଉଁଭଳି ଭାବେ ସୁନାର ଲଙ୍କାକୁ ସହାୟତା କରୁଛି, ଶ୍ରୀଲଙ୍କାକୁ ପୁର୍ନଗଠନ କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ କି? ନା ବର୍ତ୍ତମାନ ଯେଉଁଭଳି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଶ୍ରଲଙ୍କାକୁ ସିଂଙ୍ଗଳ ରାଜ୍ୟ କରି ସାମିଲ କରିବ କି ଭାରତ ? ତେବେ ଦେଖିବାକୁ ବାକି ରହିଲା ପଡୋଶୀ ଦେଶ ଶ୍ରୀଲଙ୍କାର ସ୍ତିତିକୁ କେଉଁଭଳି ଭାବରେ ମୁକାବିଲା କରିବ ଭାରତ ।