କୀର୍ତ୍ତନ ପାଇଁ ଯାଉଥିବା ବେଳେ ଓଲଟିଲା ଗାଡି ଜଣେ ମୃତ , ୧୯ ଗୁରୁତର

ସୁନ୍ଦରଗଡ: କୀର୍ତ୍ତନ ପାଇଁ ଯାଉଥିବା ବେଳେ ଓଲଟିଲା ଗାଡି । ସେଥି ରେ ଜଣଙ୍କର ମୃତ ହୋଇଥିବା ବେଳେ ୧୯ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଭଷ୍ମା ଥାନା କେନାପାଲି ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ କେନାପାଲି ଓ କୁର୍ଗା ଗ୍ରାମର ଏକ ସଙ୍କୀର୍ତ୍ତନ ମଣ୍ଡଳୀର ସଦସ୍ୟ ଝାରସୁଗୁଡ଼ା ଜିଲ୍ଲା ତାଲପଟିଆ ଗ୍ରାମକୁ କୀର୍ତ୍ତନ ପାଇଁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଯୋଗିମାଲ ଗୁଲୁଠା ଠାରେ ରାସ୍ତା ଉପରେ ପିକଅପ୍ ଭ୍ୟାନ୍ ଓଲଟି ପଡିଥିଲା । ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୧୯ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ସୁବଳ ପଟେଲ । ପିକଅପ ଭ୍ୟାନ ପାଖାପାଖି ୨୦ରୁ ଅଧିକ ଜଣ ଥିଲେ । ପ୍ରଥମେ ଗୁରୁତରମାନଙ୍କୁ ମଙ୍ଗସପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଇଥିଲା । ପରେ ଗୁରୁତରଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଘଟଣାସ୍ଥଳରେ ଭସ୍ମା ପୋଲିସ ପହଞ୍ଚି ଗାଡିର କାଗଜପତ୍ର ଠିକ୍ ଅଛି କି ନାହିଁ ଦେଖିବା ସହ ଏହି ଘଟଣାର ତଦନ୍ତ କରୁଛି ।