ଅନୁଭବ ତମେ ଏବେ କେଉଁଠି

ବ୍ୟୁରୋ : ଅନୁଭବ ମହାନ୍ତି । ଏ ନାଁ ଓଡ଼ିଶାରେ ବେସ ଜଣାଶୁଣା । ଫିଲ୍ମ କଥା କୁହନ୍ତୁ କି ରାଜନୀତି କଥା ସୁବଆଡ଼େ ନଜର ଆସନ୍ତି ଅନୁଭବ । ଏବେ କିନ୍ତୁ ଅନୁଭବଙ୍କ ଦର୍ଶନ ପାଉ ନାହଁନ୍ତି ଓଡ଼ିଶାବାସୀ । ବିଶେଷ କରି ନିଜ ସଂସଦୀୟ କ୍ଷେତ୍ରର ଲୋକମାନେ ବି ଆଉ ତାଙ୍କ ଦେଖାପାଉ ନାହାଁନ୍ତି । ଅନୁଭବ କୁଆଡ଼େ ସୁଟିଂରେ ବ୍ୟସ୍ତ ଥିବେ ଭାବି ମନକୁ ବୁଝାଇ ଦେଉଛନ୍ତି କେନ୍ଦ୍ରାପଡ଼ାବାସୀ । କିନ୍ତୁ ପ୍ରକୃତ କଥା ତ ଆଉ କିଛି ରହିଛି । କୁହାଯାଉଛି ଅନୁଭବ ଏବେ ବେକାର ହୋଇ ବସିଛନ୍ତି । ତାଙ୍କୁ କୁଆଡ଼େ କାମ ମିଳୁନି । ନିକଟରେ ରିଆଲିଟି ସୋ ଦାଦାଗିରିରୁ ବାହାରିବା ପରେ ଅନୁଭବଙ୍କ ପାଖରେ ଆଉ କିଛି ଅଫର ନାହିଁ । ଖାଲି ସେତିକି ନୁହେଁ ଘରୋଇ କଳି ପାଇଁ ବି ଦଳ ତରଫରୁ ତାଙ୍କୁ କଣଠେସା କରାଯାଇଛି ।

ଯେଉଁଥିପାଇଁ କୌଣସି ସଭାସମିତି କି ରାଲିରେ ତାଙ୍କୁ ଦେଖିବାକୁ ମିଳୁନାହିଁ । ଦିନେ ଯିଏ ବିଜେଡ଼ିର ଷ୍ଟାର କ୍ୟାମ୍ପନର ଭାବେ ଆଗ ଧାଡ଼ିରେ ଥିଲେ ଆଜି ସେ କେଉଁ କଣରେ ପଡ଼ିଛନ୍ତି । ବରଂ ତାଙ୍କ ବଦଳରେ ମାଡ଼ାମ ବର୍ଷା ପ୍ରିୟଦର୍ଶନୀଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । କୁହାଯାଉଛି ବର୍ଷାଙ୍କ ସହ କଳି ପାଇଁ ଅନୁଭବଙ୍କ କ୍ୟାରିୟର ବର୍ବଦ ହୋଇଯାଇଛି । ଅନ୍ୟପଟେ ଅନୁଭବଙ୍କ ଫିଲ୍ମ ଆସୁନଥିବାରୁ ନିରାଶ ହୋଇ ବସିଛନ୍ତି ଦର୍ଶକ । ଦର୍ଶକ ଭାବୁଛନ୍ତି ଅନୁଭବ ରାଜନୀତିକୁ ଗଲାପରେ ଅଭିନୟକୁ ଭୁଲିଗଲେ ବୋଧେ । ଏମିତି କିଛି ପ୍ରଶ୍ନ ଏବେ ଉଙ୍କି ମାରୁଛି ଦର୍ଶକ ଓ ଜନତାଙ୍କ ମଧ୍ୟରେ ।