ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦ ଉପରେ ପୂର୍ବତନ ବିଜେପି ପ୍ରବକ୍ତା ନୁପୂର ଶର୍ମା ଦେଇଥିବା ବିବାଦୀୟ ବୟାନର ବିବାଦ ଏ ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ । ଏ ପ୍ରସଙ୍ଗରେ କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସିଂହ ସୁରେଜୱାଲା ଟ୍ୱିଟର ମାଧ୍ୟମରେ ତଥା କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବିଜେପିକୁ ଘେରିବା ସହ ନିଜେ ଭୁଲ କରିବ ଦେଶ କାହିଁ କ୍ଷମା ମାଗିବ, ଯାହା ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ସୁରେଜୱାଲା କହିଛନ୍ତି । ଯଦିଓ ବିଜେପି ତାଙ୍କୁ ନିଲମ୍ବିତ କରିଛି ଏହାଛଡା ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟୀକରଣ ଦେଇଛି । ଆରବୀୟ ଦେଶ ଗୁଡିକ ନୁପୂରଙ୍କ ବିବାଦୀୟ ବୟାନ ମାମଲାରେ ଭାରତକୁ ନିନ୍ଦା କରିଛନ୍ତି । ଏହାଛଡା ଭାରତର ପୁରାତନ ପରମ୍ପରା ବସୁଧୈବ କୁଟୁମ୍ବକମ୍କୁ ଅପମାନିତ କରି ଧାର୍ମିକ ଧ୍ରୁବୀକରଣ ସୃଷ୍ଟି କରୁଛି ବୋଲି କହିଛନ୍ତି । ଏହାଛଡା ବିକାଶ, ରୋଜଗାର, ପ୍ରଗତି, ଶିକ୍ଷା, କୃଷି, ଜଳସେଚନ, ବିଦ୍ୟୁତ୍, ଭିତ୍ତିଭୂମି ଭଳି ବିଜେପି ରାଜନୀତିରେ ଅର୍ଥହୀନ ବୋଲି ଶ୍ରୀ ସୁରେଜୱାଲା କହିଛନ୍ତି । ଏଥି ସହିତ ଟ୍ୱିଟର ଜରିଆରେ ବିଜେପିକୁ କିଛି ପ୍ରଶ୍ନ କରିଛନ୍ତି ।
୧. ଶାସକ ବିଜେପି ନିଜର ରାଜନୈତିକ ସ୍ୱାର୍ଥ ପୂରଣ ପାଇଁ ଦେଶର ଭାବମୂର୍ତ୍ତି ଉପରେ ଆକ୍ରମଣର ଅଧିକାର କିଏ ଦେଇଛି?
୨. ବିଜେପି ମୁଖପାତ୍ର କହିଛନ୍ତି ଯେ, ଏଥିରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସମର୍ଥନ ରହିଛି? ତେବେ ତାଙ୍କୁ ପଦବୀରୁ କାହିଁକି ମୁକ୍ତ କରାଗଲା?
୩. ବିଜେପିର ସଂକୀର୍ଣ୍ଣ ରାଜନୀତି ଓ ଧାର୍ମିକ ଧ୍ରୁବୀକରଣ ଦ୍ୱାରା ବିଜେପିର ନେତୃତ୍ୱ ଦେଶକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉ ନାହାଁନ୍ତି ତ?
୪. ଦଳୀୟ ନେତାଙ୍କୁ ଦଳରୁ ବହିଷ୍କାର ପରେ ଧାର୍ମିକ ଭାବନାକୁ ଉତ୍ତେଜିତ କରିବା ପାଇଁ ଏଫ୍ଆଇଆର୍ ପଞ୍ଜିକୃତ ନହେବାର କାରଣ କଣ?
୫. ବିଜେପି ଜାଣେ କି ନାହିଁ ପ୍ରାୟ ୩୨୦ ଲକ୍ଷ ମୂଳ ଭାରତୀୟ ବିଦେଶରେ ରହନ୍ତି ଏବଂ କାମ କରନ୍ତି । ଯେଉଁଥିରେ ୧୫୦ ଲକ୍ଷ ଆରବୀୟ ଦେଶରେ ରହିଛନ୍ତି ।
୬. ୨୦୨୧ରେ ଭାରତୀୟମାନେ ଦେଶକୁ ୬ ଲକ୍ଷ କୋଟି ଟଙ୍କା ଫେରସ୍ତ କରିଥିଲେ ଯାହା ମୋଟ ଆୟକର ଠାରୁ ଅଧିକ ରହିଛି ।
୭. ୪ଟି ଆରବୀୟ ଦେଶକୁ ଭାରତର ରପ୍ତାନୀ ୩ ଲକ୍ଷ କୋଟିରୁ ଅଧିକ, ବିଜେପି ଆମର କୃଷକ ଓ ବ୍ୟବସାୟୀଙ୍କ ଜୀବନ ଜୀବିକା ଉପରେ ଆକ୍ରମଣ କରୁନାହିଁ କି?
୮. ଆମର ସମ୍ମାନିତ ଉପରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ବିଦେଶୀ ଦେଶ ଭୋଜି ବାତିଲ କରିବାର କାରଣ କଣ ?
ଏହି ପ୍ରଶ୍ନ ଦ୍ୱାରା ବିଜେପିକୁ ପ୍ରଶ୍ନ କରିବା ସହ ସମାଲୋଚନା କରିଛନ୍ତି ।