ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା କେତେ ? ଗୃହରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର : ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା କେତେ ? ବର୍ତ୍ତମାନ ସୁଦ୍ଧା କେତେ ଜଣ ଡାକ୍ତର ଏହି ପଦବୀରେ କାର୍ଯ୍ୟ କରୁଛନ୍ତି? କେତେ ଜଣ ଡାକ୍ତର ଦୀର୍ଘ ଦିନ ହେଲା ଛୁଟି ନେଇ ଅନୁପସ୍ଥିତ ରହିଛନ୍ତି ? କେତେ ଜଣ ଡାକ୍ତର ବଦଳି ହେଲା ପରେ ନିଜ ସ୍ଥାନରେ ଯୋଗ ଦେଇ ନାହାନ୍ତି ଏନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ | ଆଉ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ |

ମନ୍ତ୍ରୀ କହିଛନ୍ତି, ରାଜ୍ୟର ମଞ୍ଜୁରୀ ପ୍ରାପ୍ତ ଡାକ୍ତର ସଂଖ୍ୟା 10774 ସେଥିରୁ 8213 ଜଣ ବିଭିନ୍ନ ବର୍ଗର ଡାକ୍ତର କାର୍ଯ୍ୟରତ ଅଛନ୍ତି | 138 ଡାକ୍ତର ଦୀର୍ଘ କାଳୀନ ଛୁଟିରେ ଅଛନ୍ତି | 68 ଜଣ ବଦଳି ପରେ ନିଜ ସ୍ଥାନରେ ଯୋଗ ଦେଇ ନାହାନ୍ତି | ଅନୁପସ୍ଥିତ ଡାକ୍ତର ମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ଗୃହରେ ଲିଖିତ ଉତ୍ତର ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ |