ପଶ୍ଚିମା ଓଡିଶାର ଗଣପର୍ବ ନୂଆଁଖାଇ: ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ);- ଆଜିନ ନୂଆଁଖାଇ ପର୍ବ । ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର । ଇଷ୍ଟଦେବୀଙ୍କ ନିକଟରେ ଲାଗିକରାଯାଏ ନବାନ୍ନ । ଏହାପରେ ଏକାଠି ହୋଇ ପରିବାର ଲୋକେ ନବାନ୍ନ ପ୍ରସ୍ତୁତି କରିସାରିବା ପରେ ମା ସମଲେଶ୍ୱରୀ ପାଖରେ ଲାଗିହୁଏ । ସେପଟେ ମାଙ୍କ ପାଖରେ ରୀତିନୀତି ଅନୁସାରେ ଭୋଗ ଲାଗି କରାଯାଇଛି । ଏହାପରେ ଗୁରୁଜନ ପାଖରୁ ଆର୍ଶୀବାଦ ନେବେ । ଏହି ନବାନ୍ନ ପୂଜକଙ୍କ ପରିବାରରେ ପିଠାପଣା ଠାରୁ ଆରମ୍ଭ କରି ନବାନ୍ନ ପ୍ରସ୍ତୁତ କରାଯାଇଥାଏ ।

ମାଙ୍କ ପାଖରେ ନବାନ୍ନ ଭୋଗ ଲାଗି ହୋଇସାରିଛି । ଏବେ ପଶ୍ଚିମ ଓଡିଶାବାସୀ ପାଳନ କରିବେ ନୂଆଁଖାଇ । ସେହିପରି ପାଟଣାଗଡ଼ରେ ମାଆ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ ସୁରେଶ୍ବରୀଙ୍କ ଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲଗାଯିବ । ଅନ୍ୟପକ୍ଷରେ ପବିତ୍ର ନୂଆଁଖାଇର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା ସମଲେଇଙ୍କ ନିକଟରେ ପଶ୍ଚିମଓଡ଼ିଶା ତଥା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ନବୀନ । ମା ସମଲେଇ ସମସ୍ତଙ୍କୁ ଖୁସିରେ ରଖନ୍ତୁ ଏହାହିଁ କାମନା କରିଛନ୍ତି । ମା ସମଲେଶ୍ୱରୀଙ୍କ ନିକଟରେ ନୂଆଲାଗି ହେବାପରେ ଦିନ ୧୨ଟା ୩୦ ପରେ ସମଲେଶ୍ୱରୀ ମାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।