ଗତକାଲି ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ। ଏଥିସହ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଦାବି କରିଛନ୍ତି।
ବାହାନଗା ଦୁର୍ଘଟଣା ସ୍ଥଳରେ ମମତା-ବୈଷ୍ଣବ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି । ଗୋଟେପଟେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ଏବଂ ମୃତ୍ୟୁସଂଖ୍ୟା ୨୬୧ରେ ପହଞ୍ଚିଛି ବୋଲି ଦକ୍ଷିଣ ପୂର୍ବ ରେଲୱେ ସୂଚନା ଦେଇଥିବାବେଳେ ଏହାକୁ ଅଗ୍ରାହ୍ୟ କରିଛନ୍ତି ମମତା ବାନାର୍ଜୀ । ବରଂ ଏଯାଏଁ ଆହୁରି ଉଦ୍ଧାର କାର୍ଯ୍ୟ ବାକି ଅଛି । ଆହୁରି ୩ଟି ବଗିରେ ଉଦ୍ଧାର କାର୍ଯ୍ୟ ହୋଇନାହିଁ । ତେଣୁ ମୃତ୍ୟୁ ସଂଖ୍ୟା ସଠିକ୍ ତଥ୍ୟ ଦେବାକୁ ଘଟଣାସ୍ଥଳରେ ଅଶ୍ୱିନୀଙ୍କୁ କହିଛନ୍ତି ମମତା ।