ରାଜ୍ୟର ଶ୍ରେଷ୍ଠ ଏମବିବିଏସ ପ୍ରାଣୀ ଚିକିତ୍ସକଙ୍କୁ ସ୍ୱାଗତ

ପାପଡାହାଣ୍ଡି / ଅନିଲ ପ୍ରଭାତ ଭତ୍ରା :ଦୁର୍ଗମ ଅଞ୍ଚଳରୁ ରାଜ୍ୟର ଶ୍ରେଷ୍ଠ ଏମବିବିଏସ ପ୍ରାଣୀ ଚିକିତ୍ସକ ଡ଼ ଚିନ୍ମୟ ମାଝୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ନିଜ ଗ୍ରାମ ପାପଡାହାଣ୍ଡି ବ୍ଲକ ମଇଦଳପୁର ପଂଚାୟତ ତୁରୁଞ୍ଜିଆଗୁଡା ଠାରେ ଦିଆଯାଇଥିଲା ସ୍ୱାଗତ ସମ୍ବର୍ଦ୍ଧନା । ଗତ ୩୦ତାରିଖ ଦିନ ଚିନ୍ମୟ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଠାରୁ ପାଇଥିଲେ ସମ୍ମାନ । ରାଜ୍ୟର ଶ୍ରେଷ୍ଠ ଏମବିବିଏସ ପ୍ରାଣୀ ଚିକିତ୍ସାକ ଭାବେ ତାଙ୍କୁ ମାନ ପତ୍ର ଓ ଟ୍ରଫି ଦିଆଯାଇଛି ।

ଗ୍ରାମରେ ପହଞ୍ଚିଵା ପରେ ଗ୍ରାମବାସୀ ଓ ପରିବାର ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ପାଛୋଟି ନେଇଥିଲେ ।  ଡ଼ଃ ଚିନ୍ମୟ ମାଝୀଙ୍କ ବାପା ଜଣେ ଶିକ୍ଷକତା ରୂପେ କାର୍ଯ୍ୟ କରନ୍ତି । ବର୍ତମାନ ସେ ପାପଡାହାଣ୍ଡିରେ କାର୍ଯ୍ୟରତ ଅଛନ୍ତି । ନବରଙ୍ଗପୁରର ପୂର୍ବତନ ଏମପି ପର୍ଶୁରାମ ମାଝୀଙ୍କ ପୁତୁରା ଅଟନ୍ତି।  ଏହି ପୁରସ୍କାର ପାଇଲା ପରେ ପରିବାର ତଥା ଗ୍ରାମବାସୀଙ୍କ ମନରେ ଆନନ୍ଦର ଲୋହରି ଖେଳି ଯାଇଛି ।