ଦଶରଥପୁର/ ଜୟପ୍ରକାଶ ନାୟକ : ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତିଙ୍କୁ ବିଦାୟ ଓ ବିଦ୍ୟାଳୟ ପରିଚାଳନା କମିଟିର ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଥିଲା | ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିସୁନ ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ କୟାଁ ପଞ୍ଚାୟତର ସରପଞ୍ଚ ମନ୍ଦାକିନୀ ମଲ୍ଲିକ, ମୁଖ୍ୟ ବକ୍ତାଭାବେ ଜୟଚଣ୍ଡୀ ନୋଡାଲ କ୍ଲଷ୍ଟରର ସିଆରସିସି ପ୍ରିୟରଞ୍ଜନ ଦାସ, ସମ୍ମାନିତ ଅତିଥିଭାବେ କମାରଡ଼ିହି ପାକ୍ସ ସଭାପତି ଭାଗିରଥି ସାହୁ, କଟକ କୋପରେଟିଭ ବୋର୍ଡର ଡାଇରେକ୍ଟର ତଥା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କେଶବ ସେଠି, ଶିକ୍ଷାବିତ ପ୍ରତାପ କୁମାର ନାୟକ, ସମାଜସେବୀ ଭିକାରି ଚରଣ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ନୂତନ ସଭାପତି ଜୟପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ | ସଭା କାର୍ଯ୍ୟ ପ୍ରାରମ୍ଭରେ ପ୍ରଥମେ ବିଦ୍ୟାଳୟ ପରିସରରେ ସ୍ଥାପିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଏହାପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇ ଥିଲା |ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ପୂର୍ବତନ ସଭାପତିଙ୍କୁ ବିଦାୟ ଦିଆଯିବା ସହ ନୂତନ ସଭାପତି ଜୟପ୍ରକାଶ ନାୟକଙ୍କୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦିଆଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଥିଲା | ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଶିକ୍ଷାବିତ ଧୀରେନ୍ଦ୍ର କୁମାର ନାୟକ, ସତ୍ୟରଞ୍ଜନ ନାୟକ, ଦେବବ୍ରତ ନାୟକ, ସୁଧାଂଶୁ ପ୍ରସନ୍ନ ରାୟ, କମଳାକାନ୍ତ ବାରିକ, ଚୈତନ୍ୟ ମଲ୍ଲିକ, ହୃଦାନନ୍ଦ ସେନାପତି, ଦେବାଶିଷ ନାୟକ, ନିରଞ୍ଜନ ବାରିକ, ସୁବ୍ରତ ଯେନା, ବଟିଆ ଯେନା, ଗୁଣ୍ଡିଆ ଯେନା, ଆସାଲତା ସାହୁ, ସୁଦର୍ଶନ ଯେନା, ଦିଲୀପ ଯେନା ପ୍ରମୁଖ ଯୋଗ ଦେଇଥିଲେ | ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, ଖଗେଶ୍ୱର ସାହୁ, ଉତ୍ପଳ କୁମାର ବିଶ୍ୱାଳ, ଶିକ୍ଷୟତ୍ରୀ ସ୍ନେହାଞ୍ଜଳି ଯେନା,ଲଷ୍ମୀପ୍ରିୟା ପ୍ରଧାନ ସୁଜାତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |