ଉତ୍ତର ପ୍ରଦେଶରେ ଶୁକ୍ରବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ୱିକେଣ୍ଡ ଲକଡାଉନ

(ଉତ୍ତରପ୍ରଦେଶ) : କରୋନା ଭାଇରସର ବଢୁଥିବା ମାମଲାକୁ ଦେଖି ଉତ୍ତର ପ୍ରଦେଶ ସରକାର ବଡ ନିଷ୍ପତି ନେଇ ୱିକେଣ୍ଡ ଲକଡାଉନକୁ ଗୋଟିଏ ଦିନ ପାଇଁ ବଢେଇ ଦେଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ ୩୫୯୦୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ୩ ଲକ୍ଷ ୪୧ ହଜାର ଆକ୍ଟିଭ୍ ମାମଲା ରହିଛି । ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନୂଆ ଆଦେଶ ଅନୁସାରେ ଏବେ ୱିକେଣ୍ଡ ଲକଡାଉନ ଉତ୍ତର ପ୍ରଦେଶର ପ୍ରତି ଜିଲ୍ଲାରେ ଶୁକ୍ରବାର ରାତି ୮ଟାରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳ ୭ଟା ପର୍ଯ୍ୟନ୍ତ ଜାରି ରହିବ ।

ସୂଚନାନୁସାରେ , ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କ ୨ ଦିନ ଲକଡାଉନକୁ କମ୍ ବୋଲି କହିଥିଲେ । କୋର୍ଟ କହିଥିଲେ କି ସରକାର ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ୨ ଦିନର ୱିକେଣ୍ଡ ଲକଡାଉନ ଲଗାଇଥିଲେ ଏବଂ ଏହା ସହିତ ଅନ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଏହି ଉପାୟ କମ୍ ।