ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏହି ସଂକ୍ରମଣ ରୋକିବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଜାରି କରାଯାଇଛି । ଆଜି ସକାଳୁ ଏହି ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର ସମସ୍ତ ୩୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଜାରି କରାଯାଇଛି ।
ପୁଲିସ, ସାଧାରଣ ପ୍ରଶାସନ କୋଭିଡ ନିୟମକୁ କଡାକଡି କରିବାକୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ କରିବା ସହ ଅମାନିୟାଙ୍କ ପ୍ରତି ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି । ୪୮ ଘଣ୍ଟା ପାଇଁ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ସଟଡାଉନକୁ କଡାକଡି କରାଯାଇଛି । କଟକରେ ୧୨ ପ୍ଲାଟୁନ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୁଲିସ ନିୟୋଜି ହୋଇଛନ୍ତି ସଟଡାଉନ ଉପରେ ଦୃଷ୍ଟି ଦେବାକୁ । ଏହି କାର୍ଯ୍ୟରେ ଉଭୟ ସହର ପାଇଁ ୨୫୦ ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି, ଯେଉଁଥିରେ କଟକ ପାଇଁ ୧୦୦ ଜଣ ଓ ଭୁବେଶ୍ୱର ପାଇଁ ୧୫୦ ଜଣ ରହିଛନ୍ତି । ସେହିପରି ଉଭୟ ସହରର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି । କଟକରେ ୨୫ଟି ପଏଣ୍ଟରେ ଓ ଭୁବନେଶ୍ୱରରେ ୪୩ ପଏଣ୍ଟରେ ନାକାବନ୍ଦୀ କରାଯାଇଛି ।