ସାମ୍ନାକୁ ଆସିଲା ପରିଣୀତି ଚେପ୍ରା ଓ ରାଘବ ଚଢାଙ୍କ ବାହାଘର କାର୍ଡ । ଏବେ ଅଫିସିଆଲି ଭାବେ ଉଭୟଙ୍କ ବିବାହର ତାରିଖ ଘୋଷଣା ହୋଇଛି । ଆସନ୍ତା ୨୪ ସେପ୍ଟେମ୍ବରରେ ପଞ୍ଜାବୀ ରିତିନୀତିରେ ବିବାହରେ ବାନ୍ଧି ହେବେ । ରାଘବ ଓ ପରିଣୀତିଙ୍କ ବିବାହର ସମସ୍ତ କାର୍ଯ୍ୟକ୍ରମ ଉଦୟପୁରର ହୋଟେଲ ଲୀଲା ଏବଂ ତାଜ ଲେକ୍ ପ୍ୟାଲେସ୍ରେ ହେବ।
ଏହି ସମାରୋହରେ ଅନେକ ବଡ଼ ବଡ଼ ଅତିଥି ସାମିଲ ହେବେ। ସେହି ଅନୁସାରେ ବୁକିଂ କରାଯାଇଛି। କହି ରଖୁଛୁ, ଗତ କିଛି ସପ୍ତାହ ତଳେ ପରିଣୀତି ଚୋପ୍ରା ଉଦୟପୁର ଆସିଥିଲେ ଏବଂ ଏଠାରେ ବିବାହ ଉତ୍ସବ ପାଇଁ ସ୍ଥାନ ଭିଜିଟ୍ କରିଥିଲେ। ଏଠାକାର ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ଦୁହେଁ ଭେଟିଥିଲେ ଏବଂ ଉଦୟପୁର ବିଷୟରେ ଅବଗତ ହୋଇଥିଲେ।
ପରିଣୀତି ଚୋପ୍ରା ଏବଂ ରାଘବଙ୍କ ବିବାହ କାର୍ଡ ଅନୁଯାୟୀ ରୀତିନୀତି ସେପ୍ଟେମ୍ବର ୨୩ ରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଚାଲିବ। ଚୁଡ଼ି ଉତ୍ସବ ୨୩ ସେପ୍ଟେମ୍ବର ସକାଳ ୧୦ଟାରେ ହେବାକୁ ଥିବାବେଳେ ସଙ୍ଗୀତ ସେପ୍ଟେମ୍ବର ୨୩, ସନ୍ଧ୍ୟା ୭ଟା, ବରଣମାଳା ୨୪ ସେପ୍ଟେମ୍ବର ଅପରାହ୍ନ ୩ଟା ୩୦, ବିବାହ-ପାଣିଗ୍ରହଣ ଅପରାହ୍ନ ୪ଟାରେ ହେବାକୁ ଥିବାବେଳେ ପରିଣୀତିଙ୍କ ପରିବାର ତରଫରୁ ରାତି ୮ଟା ୩୦ରେ ରିସେପ୍ସନ ଭୋଜି ଦିଆଯିବ |