ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା । ଧୀରେ ଧୀରେ ବଳଶାଳୀ ହେବାସହ ଉପକୂଳ ଛୁଇଁବା ପାଇଁ ଦ୍ରୁତ ବେଗରେ ମାଡ଼ିଆସୁଛି ‘ମୋନ୍ଥା’ । ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରୁଛି । ସକାଳେ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆହୁରି ଆଗକୁ ବଢ଼ିବା ଜାରି ରଖିବ । ଆଜି ସନ୍ଧ୍ୟା କିମ୍ବା ରାତି ବେଳକୁ କାକିନାଡା ପାଖାପାଖି ମଛଲିପାଟନମ୍ ଏବଂ କଳିଙ୍ଗପାଟନମ୍ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି । ‘ମୋନ୍ଥା’ ପ୍ରଭାବରେ ପବନ ବେଗ ୯୦-୧୦୦ କିଲୋମିଟରରୁ ନେଇ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିବ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିଛି । ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି କରାଯାଇଛି ।

ତେବେ ଏପର୍ଯ୍ୟନ୍ତ ସୃଷ୍ଟି ହୋଇନି ବାତ୍ୟା ମୋନ୍ଥାର ଆଖି । ସବୁ ବାତ୍ୟାର ଆଖି ନଥାଏ। ଏପର୍ଯ୍ୟନ୍ତ ମୋନ୍ଥାର ଆଖି ସୃଷ୍ଟି ହୋଇନି । ଗୋପାଳପୁର ଠାରୁ ୪୧୦ କିମି ଦକ୍ଷିଣ ଦକ୍ଷିଣ ପଶ୍ଚିମରେ ରହିଛି । ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବା ସହ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ଉପକୂଳ ନିକଟତର ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ସମୟରେ ୯୦-୧୦୦ କିମି ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବ । ବାତ୍ୟା ‘ମୋନ୍ଥା’ର ଅବସ୍ଥିତି ଓ ଏହାର ପ୍ରଭାବ ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି ।