ଛତିଶଗଡ଼-: ଦିନକୁ ଦିନ ମାଓବାଦୀ ସଙ୍ଗଠନ ଦୁର୍ବଲ ହେଉଥିବା ବେଳେ ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା ପାଇଁ ମାଓବାଦୀ ସଙ୍ଗଠନ ପ୍ରସ୍ତୁତ ବୋଲି ଅନୁରୋଧ କରିଛନ୍ତି । ଯବାନଙ୍କ ପକ୍ଷରୁ ଛତିଶଗଡ଼ରେ ବଡ଼ ଅପରେଶନ ଚାଲିଥିବା ବେଳେ ଅପରେସନ ବନ୍ଦ କରିବାକୁ ନିବେଦନ କଲେ ମାଓବାଦୀ । ଶାନ୍ତି ମାର୍ଗରେ ସମସ୍ୟାର ସମାଧାନ ଲାଗି ନିବେଦନ କଲେ । ଏନେଇ ଉତ୍ତର ପଶ୍ଚିମ ସବ୍ ଜୋନାଲ ବ୍ୟୁରୋ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ମାଓବାଦୀ ସଙ୍ଗଠନ ଜଣାଇଲେ । ଶାନ୍ତି କଥାବାର୍ତ୍ତା ପାଇଁ ସଙ୍ଗଠନ ସବୁବେଳେ ପ୍ରସ୍ତୁତ ବୋଲି ବିଜ୍ଞପ୍ତି ମାଧ୍ୟମରେ ସରକାରଙ୍କୁ ଅବଗତ କରାଯାଇଛି । ଛତିଶଗଡ଼-ତେଲେଙ୍ଗାନା ସୀମାରେ ଜାରି ସୈନ୍ୟ ଅଭିଯାନ ତୁରନ୍ତ ରୋକାଯାଉ ବୋଲି ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ମାଓବାଦୀ ମାନେ ଅନୁରୋଧ କରିଛନ୍ତି । ଆଉ କହିଛନ୍ତି ଶାନ୍ତି ପୂର୍ଣ୍ଣ କଥାବାର୍ତ୍ତା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ରହିଛୁ ।