ମା’ସନ୍ତୋସୀ ଜମିହରା ପ୍ରଜା ପାଲ ବନ୍ଧା ଶ୍ରମଜୀବୀ ସଂଘ ପକ୍ଷରୁ ଜଳଛତ୍ର

ଅନୁଗୁଳ/ଜ୍ୟୋତିରଂଜନ ଧର : ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସୂରୁପିଣୀ ମା’ହିଙ୍ଗୁଳା ଯାତ୍ରା ଉପଲକ୍ଷେ ମା’ସନ୍ତୋସୀ ଜମିହରା ପ୍ରଜା ପାଲ ବନ୍ଧା ଶ୍ରମଜୀବୀ ସଂଘ ପକ୍ଷରୁ ଜଳଛତ୍ର ସାଙ୍ଗକୁ ଦହିସର୍ବତ ବ୍ୟବସ୍ଥା କରାଯାଇଛି । କଣିହାଁ ବ୍ଲକ୍ ର ଖଇରିନାଳି ଗ୍ରାମ ଯାତ୍ରା ପଡିଆ ଠାରେ ସଂପୃକ୍ତ ଶ୍ରମଜୀବୀ ସଂଘ ସଦସ୍ୟମାନେ ସେହି ରାସ୍ତା ଦେଇ ଚଳାଚଳ କରୁଥିବା ଭକ୍ତ, ଶ୍ରଦ୍ଧାଳୁଙ୍କୁ ଅଟକାଇ ଜଳଛତ୍ର ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।


ଗ୍ରୀଷ୍ମ ପ୍ରବାହ ଯୋଗୁ ତାପମାତ୍ରା ବୃଦ୍ଧି ସହ ପ୍ରବଳ ତାତି ରୁ କ୍ଲାନ୍ତି ରୁ ଲାଘବ ନିମନ୍ତେ ଭକ୍ତଶ୍ରଦ୍ଧାଳଙ୍କ ପାଇଁ ମା’ସନ୍ତୋସୀ ଜମିହରା ପ୍ରଜା ପାଲ ବନ୍ଧା ଶ୍ରମଜୀବୀ ସଂଘ ପକ୍ଷରୁ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପାଖ ଆମ୍ବତୋଟାରେ ସ୍ୱଳ୍ପ ସମୟ ବିଶ୍ରାମର ବ୍ୟବସ୍ଥା କରାଯାଇଛି । ଏହି ରାସ୍ତା ଦେଇ ବ୍ଲକ୍ସ୍ଥ ବିଜିଗୋଳ, ଗଦାଶିଳା, କଣିହାଁ, କମରେଇ, ହନୁମାନପୁର, ସମଲ, ଡେରେଙ୍ଗ, ହରିହରପୁର, ବଜ୍ରକୋଟ୍, ରେଙ୍ଗାଳି ଆଦି ବହୁ ପଂଚାୟତର ଲୋକେ ମା’ହିଙ୍ଗୁଳା ଯାତ୍ରା ଦେଖିବାକୁ ଯାତାୟତ କରୁଛନ୍ତି ।


ଶ୍ରମଜୀବୀ ସଂଘଠନର ସଭାପତି ସତ୍ୟବ୍ରତ ମହାନ୍ତି, ସମ୍ପାଦକ ତଥା ଗଣମାଧ୍ୟମ ପ୍ରତିନିଧି ବିଜୟ କୁମାର ବେହେରା, ଯୁବସଂଗଠକ ପ୍ରଶାନ୍ତ କୁମାର ନାୟକ, ମନୋରଂଜନ ପରିଡା, ରାକେଶ୍ ପରିଡା, ବେଣୁଧର ପରିଡା, ଅନିଲ୍ ଯୋରା, ମୁନା ବେହେରା, ସରୋଜ ପରିଡା, ଅଶୋକ ପରିଡା, ସଂଜୟ ପରିଡା ସମେତ ଅନ୍ୟ ସଦସ୍ୟ ପ୍ରମୁଖ ସୁପରିଚାଳନା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ।