ସମ୍ବଲପୁର: କମୁଛି ହୀରାକୁଦ ଡ୍ୟାମ୍ର ଜଳସ୍ତର । ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ । ବର୍ତ୍ତମାନ ୧୮ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ଆସନ୍ତା ୨ ଦିନ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳର ବାୟୁମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବିଶେଷ କରି ଉତ୍ତର ଆଭ୍ୟନ୍ତରଣ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଓଡ଼ିଶାରେ ଏବେ ବନ୍ୟା ସ୍ଥିତି ନାହିଁ । ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି । ତଳିଆ ଅଞ୍ଚଳରେ ଯେଉଁଠି ସବୁ ପାଣି ଅଛି ଆଗାମୀ ଦିନରେ ତାହା ନିଷ୍କାସନ ହୋଇଯିବ । ବର୍ତ୍ତମାନ କୌଣସି ସ୍ଥାନରେ ସମସ୍ୟା ନାହିଁ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।