ବାତ୍ୟା ହେଲା କାଳ, ଅଳ୍ପକେ ବର୍ତିଲେ ବିଜୁ ମୁଣ୍ଡାଙ୍କ ପରିବାର

0

(ବିଜୟ କୁମାର କାରୁଆ): କେନ୍ଦୁଝରଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ଗ୍ରାମପଞ୍ଚାୟତ ମୁଣ୍ଡାସାହିର ବିଜୁ ମୁଣ୍ଡାକ ଘରର କାନ୍ଥ ପଡି ଜଣେ ଗୁରୁତର।ସୁଚନା ଅନୁଯାୟୀ ଦୁଇ ଚାରି ଦିନ ଲଗାଣ ବର୍ଷା ଯୋଗୁ କାଲି ରାତିରେ ସମସ୍ତେ ଶୋଇ ଥିବା ସମୟରେ ଘରକାନ୍ଥଟି ବିଜୁ ମୁଣ୍ଡା, ପତ୍ନୀ-ଶ୍ରୀମତେ ମୁଣ୍ଡା, ଝିଅ-ସବିତା ମୁଣ୍ଡାଙ୍କ ଉପରେ ପଡି ଯାଇଥିଲା। ଏହି ସମୟରେ ପଡିଶା ଘରର ଲୋକମାନେ କାନ୍ଥ ଭୁଶୁଡିବା ଶୁଣି ତିନି ଜଣଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଓ ସଙ୍ଗସଙ୍ଗେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ତିନିଜଣକୁ ପାଟଣା ଗୋଷ୍ଟୀ ସୁସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ। ଏହାସହ ତିନିଜଣ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଠିକ୍ ଥିବା ବେଳେ ଶ୍ରୀମତୀ ମୁଣ୍ଡାଙ୍କ ଅଣ୍ଟାରେ ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ କେନ୍ଦୁଝର ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି । ଏହି ଘଟଣାକୁ ନେଇ ସାଧାରଣରେ ବିଜୁ ମୁଣ୍ଡାକ ପତ୍ନୀଙ୍କୁସୁସ୍ଥ୍ୟସେବା ଯୋଗାଇଦେବା ସହ ସରକାର ଯୋଜନାରୁ ତାଙ୍କୁ ଘରଟିଏ ମିଳୁ ବୋଲି ଦାବୀ ରଖିଛନ୍ତି।