ରାଇରଙ୍ଗପୁର ରେ ଜିଲ୍ଲାପାଳ ଙ୍କ ଦ୍ୱାରା ଭୋଟର ସହାୟତା କେନ୍ଦ୍ର ଶୁଭ ଉଦଘାଟନ

ରାଇରଙ୍ଗପୁର /  ସତ୍ୟନାରାୟଣ ପାଲ : ବାମନଘାଟି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଦ୍ୱାରା ଭୋଟର ସହାୟତା କେନ୍ଦ୍ର ର ଶୁଭ ଉଦଘାଟନ ହୋଇଯାଇଛି । ଆଗାମୀ 2023 ବର୍ଷ ଜାନୁଆରୀ ମାସ 5 ତାରିଖ ରେ ପ୍ରକାଶିତ ହେବାକୁ ଥିବା  ନୂତନ ଓ ତ୍ରୁଟି ଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ତଥା ଆଗାମୀ ବର୍ଷ ରେ ଯୋଗ୍ୟ ହେଉଥିବା ଯୁବ ଭୋଟର ମାନଙ୍କୁ ନୂତନ ଭାବେ ପଞ୍ଜିକରଣ କରଣ ନିମନ୍ତେ ଏହି ସହାୟତା କେନ୍ଦ୍ର ମାଧ୍ୟମରେ ଦାୟିତ୍ୱ ରେ ଥିବା କର୍ମଚାରୀ ମାନେ ଭୋଟର ମାନଙ୍କୁ ସମସ୍ତ ପ୍ରକାର ଅନୁସଙ୍ଗିକ ସୁବିଧା ଯୋଗାଇ ଦେଇ ଭୋଟର ତାଲିକା ସଂଶୋଧନ ତଥା ନାମ ପଞ୍ଜିକରଣ କରଣ କରାଇବେ। ନଭେମ୍ବର ନଅ ତାରିଖ ଠାରୁ ଡିସେମ୍ବର ଆଠ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଭୋଟର ମାନଙ୍କୁ ଭୋଟର ତାଲିକା ରେ ନାମ ପଞ୍ଜିକରଣ ନିମନ୍ତେ ଅବଗତ କରାଇବା,17 ବର୍ଷ ବୟସ ରୁ ଉର୍ଦ୍ଧ ଭୋଟର ମାନଙ୍କୁ ଅଗ୍ରିମ ଆବେଦନ ପତ୍ର ଦାଖଲ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଯୋଗାଇବା, ନାମ ପଞ୍ଜିକରଣ ପାଇଁ ବର୍ଷରେ ଗୋଟିଏ ଯୋଗ୍ୟତାସୂଚକ ବଦଳରେ ଗୋଟିଏ ବର୍ଷ ରେ 4 ଟି ଯୋଗ୍ୟତାସୂଚକ ତାରିଖ ଯଥା ଜାନୁଆରୀ 1, ଏପ୍ରିଲ 1, ଜୁଲାଇ 1 ଏବଂ ଅକଟୋବର 1 ତାରିଖ ରେ ସୁବିଧା, ଅନଲାଇନ ମାଧ୍ୟମରେ ଭୋଟର ତାଲିକା ରେ ନାମ ପଞ୍ଜିକରଣ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଅବଗତ କରାଇବା ସହାୟତା କେନ୍ଦ୍ର ର ମୂଳ ଲକ୍ଷ୍ୟ । ଭୋଟର ତାଲିକା ରେ ନାମ ପଞ୍ଜିକରଣ ନିମନ୍ତେ ଭୋଟର ମାନେ ବିଶେଷ କରି ଯୁବ ଭୋଟର ମାନେ ପ୍ଲେ ଷ୍ଟୋର ରୁ ଭୋଟର ହେଲ୍ପ ଲାଇନ ଆପ ଡାଉନଲୋଡ଼ କରି ନିଜେ ଘରେବସି ଆବେଦନ କରିପାରିବେ କିମ୍ବା ନିକଟସ୍ଥ ବୁଥ ସ୍ତରୀୟ ଅଧିକାରୀ ଙ୍କ ଜରିଆରେ ଗରୁଡ଼ ଆପ ମାଧ୍ୟମରେ ମଧ୍ୟ ପଞ୍ଜିକରଣ କରିପାରିବେ। ୱେବ ସାଇଟ (eci.gov. in )NVSP ପୋର୍ଟାଲ ଜରିଆରେ ମଧ୍ୟ୍ୟ ପଞ୍ଜିକରଣ କରିପାରିବେ. ସେହିପରି ଭୋଟର ତାଲିକା ରେ ଯଦି କିଛି ତ୍ରୁଟି ଥାଏ ତେବେ ନିର୍ଦ୍ଧାରିତ ଫର୍ମ ରେ ଆବେଦନ କରିପାରିବେ। ତାଲିକା ରେ ନାଁ ଯୋଗ ନିମନ୍ତେ ଫର୍ମ ନମ୍ବର 6, ତାଲିକାରୁ ନାମ ବାଦକିମ୍ବା ଅଭିଯୋଗ କରିବା ପାଇଁ ଫର୍ମ ନମ୍ବର 7, ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ କିମ୍ବା ନୂତନ ଫୋଟ ଲଗାଇବା ନିମନ୍ତେ ଫର୍ମ ନମ୍ବର 8 ରେ ଆବେଦନ କରିପାରିବେ। ସେହିପରି ତ୍ରୁଟି ଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ରେ ସହଯୋଗ କରିବା ପାଇଁ ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର ସଂଯୋଗ କରିବା ପାଇଁ ଫର୍ମ ନମ୍ବର 6-ଖ ରେ ଆବେଦନ କରିବା ପାଇଁ ନିବେଦନ କରାଯଇଛି. ଭୋଟର ତାଲିକା ସଂଶୋଧନ ସମୟ ମଧ୍ୟରେ 4ଟି ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ କରାଯିବ। ଏହି ସ୍ୱତନ୍ତ ଅଭିଯାନ ନଭେମ୍ବର 12,13,26 ଓ 27 ତାରିଖ ହେବ. ଉକ୍ତ ଦିନ ମାନଙ୍କ ରେ ବୁଥ ସ୍ତରୀୟ ଅଧିକାରୀ ମାନେ ସମ୍ପୃକ୍ତ ବୁଥ ରେ ଉପସ୍ଥିତ ରହି ଭୋଟର ମାନଙ୍କୁ ଭୋଟର ତାଲିକା ରେ ନାମ ପଞ୍ଜିକରଣ ସହିତ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇଦେବେ। ଏତଦ ବ୍ୟତୀତ ଭୋଟର ତାଲିକା ସଂଶୋଧନ ସମୟ ମଧ୍ୟ୍ୟରେ ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ଯାଇ ମଧ୍ୟ ଭୋଟର ସଂଶୋଧନ ତଥା ନୂତନ ଭୋଟର ମାନଙ୍କ ନାମ ପଞ୍ଜିକରଣ ପାଇଁ ପଦକ୍ଷେପ ନେବେ। ଏହି ଅବସରରେ ଜିଲ୍ଲପାଳ ଚିଠା ଭୋଟର ତାଲିକା କୁ ପ୍ରକାଶନ କରିଥିଲେ। ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ଙ୍କ ତତ୍ତ୍ୱl ବଧାନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀ ଉପସ୍ଥିତ ଥିବାବେଳେ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।