ଭୁବନେଶ୍ୱର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ମତଦାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଭୋଟ ଦେଇଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସେ ନୟାପଲ୍ଲୀ ଏନ-୧ ୟୁପି ସ୍କୁଲର ୧୧୮ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି। ଲମ୍ବା ଲାଇନରେ ଛିଡ଼ା ହୋଇ ଅପରାଜିତା ଷଡ଼ଙ୍ଗୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଅପରାଜିତାଙ୍କ ସହ ବୁଥରେ ବିଜେପି ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଉପସ୍ଥିତ ରହିଛନ୍ତି।

ଭୋଟ ଦେବା ପୂର୍ବରୁ ଅପରାଜିତା କହିଛନ୍ତି, ଭୋଟ ଦେବାକୁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ରହିଛି। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଲୋକେ ଭୋଟ ଦେଉଛନ୍ତି। ଲୋକଙ୍କ ସେବା କରିବାର ଅଛି, ଯିଏ ସେବକ ସିଏ ଭିଆଇପି ସଂସ୍କୃତିରେ ବିଶ୍ୱାସ କରେ ନାହିଁ। ବହୁତ ଲୋକ ଭୋଟ ଦେବାକୁ ଆସୁଛନ୍ତି, ଗଣତନ୍ତ୍ର ପାଇଁ ଏହା ଭଲ ସଂକେତ। ଭୁବନେଶ୍ୱରରେ ଭୋଟ ପ୍ରତିଶତ ବୃଦ୍ଧି କରିବାକୁ ରାଜଧାନୀବାସୀଙ୍କୁ ଅପରାଜିତା ଅପିଲ କରିଛନ୍ତି। ଏହାସହ ଅପରାଜିତା କହିଛନ୍ତି, ଗତ ୫ ବର୍ଷ ହେବ ବିଭିନ୍ନ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ଭୋଟ ଦେବାକୁ କହିଥିଲି, ଯାହାର ପ୍ରଭାବ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ଅପରାଜିତା।