ପୁରୀ ଗସ୍ତରେ 5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ

ଶ୍ରୀମନ୍ଦିରରେ ପତ୍ନୀ ସୁଜାତାଙ୍କ ସହ ଭି କେ ପାଣ୍ଡିଆନ

ପୁରୀ: ପୁରୀ ଗସ୍ତରେ 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ଆଜି ପୁରୀ ଗସ୍ତରେ ଯାଇ ଚତୁର୍ଦ୍ଧା ମୂରତିଙ୍କ ଦର୍ଶନ କରିବା ସହ ବେଢା ପରିକ୍ରମା କରିଛନ୍ତି ସଚିବ ଭି କେ ପାଣ୍ଡିଆନ । ଏହା ସହ ପାଶ୍ୱର୍ ଦେବାଦେବୀ ,ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଦର୍ଶନ କରିଛନ୍ତି ।

ସୂଚନାମୁତାବକ, 5T ସଚିବଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।ଦର୍ଶନ ସାରି ଉଭୟ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ରହିଛି ।