ଓଡିଶାର ଏବେ ଗର୍ବ ଭିକେ.ପାଣ୍ଡିଆନ୍

0

ଭିକେ ପାଣ୍ଡିଆନ୍, ଏ ନାମକୁ ୪ କୋଟି ଓଡିଶାବାସୀ ଜାଣନ୍ତି । ସେ ହେଉଛନ୍ତି ବିକାଶର ପଥିକ । ତାଙ୍କ ବ୍ୟକ୍ତିତ୍ୱ ଯେତିକି ସରଳ ,ଜୀବନୀ ତାଙ୍କର ସେତେ ରୋମାଞ୍ଚକର । ନିଜକୁ ଭଲ ମଣିଷ ଭାବେ ଗଢି ତୋଳିବାକୁ କରିଛନ୍ତି ଅନେକ ସଂଘର୍ଷ । ଏହି ସଂଘର୍ଷ ଆଣିଦେଇଛି ତାଙ୍କୁ ଅନେକ ସଫଳତା । ତାଙ୍କ ଜୀବନରେ କେବେ ସେ ପଛକୁ ଫେରିନାହାନ୍ତି । ସାମ୍ନାକୁ ଯାହା ବାଧା ବିଘ୍ନ ଆସିଛି ,ତାକୁ ସାମ୍ନା କରି ସଫଳତାର ସ୍ୱାଦ ଚାଖିଛନ୍ତି । କହିବାକୁ ଗଲେ ଏବେ ସେ ଓଡିଶାର ଗର୍ବ ଆଉ ଗୌରବ । ଓଡିଶାର ବିକାଶ ଏବଂ ମହିଳାଙ୍କୁ ଉପର ସ୍ତରରେ ପହଞ୍ଚାଇବାକୁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି । ସେହି ମହାନ ବ୍ୟକ୍ତିତ୍ୱଙ୍କର ଜନ୍ମ ହେଉଛି ୨୯ ମଇ ୧୯୪୭ ରେ ଜନ୍ମଗ୍ରହଣ କରିଥିଲେ ।ସେ ଜନ୍ମ ହୋଇଥିଲେ ତାମିଲନାଡୁରେ । ତାଙ୍କ ଜନ୍ମ ତାରିଖ ଅନୁଯାୟୀ, ୨୦୨୩ ରେ ତାଙ୍କୁ ୪୮ ବର୍ଷ। ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଏକ ଘରୋଇ ଉଚ୍ଚ ବିଦ୍ୟାଳୟରେ ତାଙ୍କର ପାଠପଢା ସମାପ୍ତ କରିଥିଲେ। ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ଭି କାର୍ତ୍ତିକେୟାନ୍ ପାଣ୍ଡିଆନ୍ ମଦୁରାଇର କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ କୃଷି କ୍ଷେତ୍ରରେ ବିଏସ୍ସି ଏବଂ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ଉଦ୍ଭିଦ ଫିଜିଓଲୋଜିରେ ଏମ୍.ଏସ୍ ପାଠପଢିଥିଲେ । ପୂର୍ବରୁ ନେଭେଲି ସ୍ପୋର୍ଟସ ହଷ୍ଟେଲରେ ତାଙ୍କର ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ। ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ହେଉଛି, ଯେଉଁଠାରେ ଭି.କେ ପାଣ୍ଡିଆନ୍ କୃଷି ମହାବିଦ୍ୟାଳୟରୁ କୃଷିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଫିଜିଓଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।୨୦୦୨ ରୁ ୨୦୦୪ ପର୍ୟ୍ୟନ୍ତ ସେ ଓଡିଶାର କାଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିୟର । ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ ସେ ମୟୂରଭଞ୍ଜ ଜିଲ୍ଲାରେ କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲ୍ଲାର କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ପାଣ୍ଡିଆନ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ ୪ ଥର ଜାତୀୟ ପୁରସ୍କାର ପାଇଛି ଗଞ୍ଜାମ । ସେ ଓଡିଶାର ୨୦୦୦ ବ୍ୟାଚରୁ ଜଣେ ଭାରତୀୟ ପ୍ରଶାସନିକ ସେବା (IAS) ସଦସ୍ୟ ଅଟନ୍ତି । ମଇ ୨, ୨୦୧୧ ଠାରୁ ସେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ରେ 5T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ ଥିଲେ କାର୍ଯ୍ୟରତ । (IAS) ଚାକିରୀରୁ ସ୍ଵେଛାକୃତ ଭାବେ ଅବସର ନେବା ପରେ ଆଜି ତାଙ୍କୁ ମିଳିଛି ନୂଆଦାୟିତ୍ୱ । 5T ଓ ନବୀନ ଓଡ଼ିଶାର ଅଧକ୍ଷ ସହ ମିଳିଛି କ୍ୟାବିନେଟ ପାହ୍ୟା ।